ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଗୌହାଟୀ ଟେଷ୍ଟ ହାରିବା ସହ ସିରିଜରେ କ୍ଲିନ ସୁଇପ ହୋଇଛି । ଏହାର ପ୍ରଭାବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପଡିଛି । ଟିମ ଇଣ୍ଡିଆ ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି । ଏହି ସିରିଜ ପୂର୍ବରୁ ଭାରତ ୪ର୍ଥ ସ୍ଥାନରେ ରହିଥିଲା । ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରି ଭାରତ ସ୍ଥିତି ସୁଧାରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଓଲଟା ହୋଇଛି । ଅଷ୍ଟ୍ରେଲିଆ ପୂର୍ବ ଭଳି ଶୀର୍ଷ ସ୍ଥାନ ବଜାୟ ରଖିଛି । ଏହି ଚକ୍ରରେ ଗୋଟିଏ ବି ମ୍ୟାଚ ହାରି ନ ଥିବା ଅଷ୍ଟ୍ରେଲିଆର ପ୍ରତିଶତ ୧୦୦ ରହିଛି ।
ଦକ୍ଷିଣ ଆଫ୍ରିକା ୭୫ ପ୍ରତିଶତ ସହ ଦ୍ୱିତୀୟ, ଶ୍ରୀଲଙ୍କା ତୃତୀୟ ଓ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି । ଭାରତ ଏବେ ନିକଟରେ କୌଣସି ଟେଷ୍ଟ ମ୍ୟାଚ ଖେଳିବ ନାହିଁ । ଅନ୍ୟ ଟିମ ମଧ୍ୟରେ ହେବାକୁ ଥିବା ମୁକାବିଲାରେ ହାର ଜିତ ଉପରେ ଟିମ ଇଣ୍ଡିଆର ସ୍ଥିତିରେ ପରିବର୍ତନ ହୋଇପାରେ । ୨୫ ବର୍ଷ ପରେ ଘରୋଇ ପରିବେଶରେ ଭାରତ ୦-୨ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି ।
Comments are closed.