Latest Odisha News

BREAKING NEWS

ମୋ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନେବ ନିଷ୍ପତି

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୌହାଟୀ ଟେଷ୍ଟର ପରାଜୟ ପରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ସମାଲୋଚନା କରାଯାଉଛି । ସିରିଜରେ କ୍ଲିନ ସୁଇପ ହେବା ପରେ କୋଚ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ଟିମ ପରାଜୟ ପାଇଁ ସେ କାହାକୁ ଦୋଷ ଦେଇ ନାହାନ୍ତି । କୋଚ ଭାବେ ମୁଁ ଦାୟୀ ବୋଲି ସେ କହିଛନ୍ତି । ମୁଁ କେବେ ବି ଖେଳାଳିଙ୍କୁ ଦୋଷ ଦେଇନି କି ଦେବିନି । ତାଙ୍କ ଭବିଷ୍ୟତ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏହାର ନିଷ୍ପତି ବିସିସିଆଇ ନେବ । ମୋ ପ୍ରଶିକ୍ଷଣରେ ଇଂଲଣ୍ଡରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଆମେ ଜିତିଛୁ ।

୧୩ ମାସ ମଧ୍ୟରେ ଘରୋଇ ପରିବେଶରେ ଭାରତ ଦୁଇ ଥର କ୍ଲିନ ସୁଇପ ହୋଇଛି । ଫଳରେ ଗମ୍ଭୀରଙ୍କ କୋଚିଂ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଭାରତ ୪୦୮ ରନରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ଭାରତ ମାଟିରେ ଟିମ ଇଣ୍ଡିଆର ଏହା ସବୁଠାରୁ ବଡ ପରଜୟ । ଖେଳାଳିଙ୍କ କ୍ରମରେ ବାରମ୍ବାର ପରିବର୍ତନ ଏବଂ ଆବଶ୍ୟକଠାରୁ ଅଧିକ ଅଲରାଉଣ୍ଡର ଦଳର ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ଅନୁମାନ କରାଯାଉଛି । ଟେଷ୍ଟ କ୍ରିକେଟରେ ନିୟମିତ ଓ ପ୍ରଫେଶନାଲ ଖେଳାଳିଙ୍କ ଆବଶ୍ୟକତା ରହିଛି ବୋଳି ସମୀକ୍ଷକମାନେ କହିଛନ୍ତି ।

Comments are closed.