Latest Odisha News

BREAKING NEWS

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ପୂନର୍ବାର ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅକ୍ଟୋବର ୨୫ ପରଠାରୁ ରୋହିତ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଅପରପକ୍ଷରେ ଶୀର୍ଷ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଆଘାତ ସମସ୍ୟା ଯୋଗୁ ୨ଟି ଦିନିକିଆ ଖେଳି ପାରି ନାହାନ୍ତି । ଫଳରେ ତାଙ୍କ ର‌୍ୟାଙ୍କିଙ୍ଗ ପଂଏଟ କମିଥିଲା ଏବଂ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ।

ଅକ୍ଟୋବର ୨୯ ପୂର୍ବରୁ ରୋହିତ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସେ ସମୟରେ ତାଙ୍କ ବୟସ ୩୮ ବର୍ଷ ୧୮୨ ଦିନ ରହିଥିଲା । ଏହା ପରେ ମିଚେଲ ତାଙ୍କୁ ପ୍ରଥମ ସ୍ଥାନରୁ ହଟେଇ ଦେଇଥିଲେ । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ୪ର୍ଥ, ବିରାଟ କୋହଲି ୫ମ ଓ ଶ୍ରେୟାଶ ଆୟାର ୯ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନର ରଶିଦ ଖାଁ ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତର କୂଲଦୀପ ଯାଦବ ୭ମ ସ୍ଥାନରେ ରହିଛନ୍ତି ।

Comments are closed.