Latest Odisha News

BREAKING NEWS

Drug Control Team: ବେଆଇନ ଗର୍ଭ ନିରୋଧକ ବଟିକା ବିକ୍ରି ନେଇ ଡ୍ରଗସ କଣ୍ଟ୍ରୋଲ ଟିମ୍ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମ୍ ର ଚଢାଉ । ବେଆଇନ ଗର୍ଭ ନିରୋଧକ ବଟିକା ବିକ୍ରି ନେଇ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରର ବିଭିନ୍ନ ମେଡ଼ିସିନ ଦୋକାନରେ ଏହି ଚଢାଉ କରାଯାଇଛି ।

ଏନେଇ ଦୋକାନର ଷ୍ଟକ ରିପୋର୍ଟ ଯାଞ୍ଚ ସହସେଲ ରିପୋର୍ଟ ମଧ୍ୟ ଯାଞ୍ଚ କରାଯାଉଛି । ପ୍ରେସିକ୍ସିପ୍ସନରେ ବିକ୍ରି ହେଉଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଉଛି । ଅନେକ ମାମଲାରେ କର୍ତ୍ତୃପକ୍ଷ ଲାଇସେନ୍ସ ବାତିଲ୍ ପାଇଁ ମଧ୍ୟ ସୁପାରିଶ କରିଛନ୍ତି ।

ପରିଦର୍ଶନ ସମୟରେ, କିଛି ଦୋକାନୀ ଅସ୍ଥାୟୀ ଭାବରେ ବିକ୍ରି ବନ୍ଦ କରି ପରେ ପୁଣି ଆରମ୍ଭ କରିବାର ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ନଭେମ୍ବର ୨୧ରେ ଏକ କଠୋର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରିବାକୁ ଆନୁଷ୍ଠାନିକ ଆଦେଶ ଜାରି କରିଛନ୍ତି ।

 

Comments are closed.