ଭୁବନେଶ୍ଵର: ବାରବାଟୀ ଷ୍ଟାଡିୟମକୁ ବିଶ୍ଵସ୍ତରୀୟ କରାଯାଉ । ଆଜି ବିଧାନସଭାରେ ଏଭଳି ଦାବି ଉଠାଇଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ । ସେ କହିଛନ୍ତି ଯେ, ପୂର୍ବତନ ସରକାରରେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ କରିବାକୁ ଘୋଷଣା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଆଗକୁ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଅଛି । ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଷ୍ଟାଡିୟମର ଉନ୍ନତିକରଣ କରାଯାଉ ।
ସୋଫିଆ ଆହୁରି କହିଛନ୍ତି ଯେ, କଂଗ୍ରେସ ସମୟରେ ବାରବାଟୀ ଷ୍ଟାଡିୟମ ନିର୍ମାଣ ହୋଇଥିଲା । ୨୪ ବର୍ଷ ବିଜେଡି ସରକାରରେ ବାରବାଟୀ ଷ୍ଟାଡିୟମକୁ ଅବହେଳା କରାଗଲା । ଏ ସରକାରକୁ ଦେଢ ବର୍ଷରୁ ଅଧିକ ସମୟ ବିତିଗଲା କିନ୍ତୁ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ଅପଗ୍ରେଡ କରାଗଲା ନାହିଁ । ତେଣୁ ଏଥିପ୍ରତି ସରକାର ଗୁରୁତ୍ଵ ଦେଇ ତୁରନ୍ତ ଏହାକୁ ଅପଗ୍ରେଡ୍ କରାଯାଉ ।
Comments are closed.