ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ଅପରାହ୍ନରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ । ବିଭିନ୍ନ ଯୋଜନା ପାଇଁ ଭିନ୍ନ ଭିନ୍ନ ବ୍ୟୟବରାଦ ହୋଇଥିବା ବେଳେ ସହରୀ ଗରିବ ଲୋକଙ୍କ ପାଇଁ ଚାଲୁ ରହିଥିବା ଆହାର ଯୋଜନା ପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ପାରିତ କରିଛନ୍ତି ।
ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୪୩୨୯ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିଛନ୍ତି । ଏହା ମଧ୍ୟରେ ଆହାର ଯୋଜନା ପାଇଁ ୧୫ କୋଟି ଟଙ୍କା ଥିବା ବେଳେ ସାଧାରଣ ବଣ୍ଟନ ପ୍ରଣାଳୀ ପାଇଁ ୩ ହଜାର କୋଟି ଟଙ୍କା, ସାଧାରଣ ବଣ୍ଟନ ବ୍ୟବସ୍ଥାର ସବସିଡ୍ ପାଇଁ ୧୩୨୫ କୋଟି ଟଙ୍କା ଓ ଓଜନ, ମାପ ଓ କୋଠାଘର ନିର୍ମାଣ ବାବଦରେ ୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ପୂର୍ବ ସରକାର ସମୟରୁ ଏହି ଯୋଜନା ଚାଲୁ ରହିଛି । ବିଶେଷ କରି ରାଜ୍ୟର ବଡ଼ ବଡ଼ ସହରମାନଙ୍କରେ ଏହି ଯୋଜନା ଚାଲିଛି । ସହରରେ ରହୁଥିବା ଶ୍ରମକ ଓ ଗରିବ ଶ୍ରେଣୀର ଲୋକଙ୍କ ସହ ସରକାରୀ ମେଡିକାଲକୁ ଆସୁଥିବା ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ସରକାର ଖାଦ୍ୟ ଯୋଗାଇ ଦେଇଥାନ୍ତି ।
Comments are closed.