Latest Odisha News

BREAKING NEWS

Supplementary Budget: ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ପାଇଁ ଏତିକି କୋଟିର ବ୍ୟବସ୍ଥା

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୁମୀର ବିକାଶ ପାଇଁ ସରକାର ୧୧୬୪ କୋଟି ଟଙ୍କାର ଅତିରିକ୍ତ ବଜେଟ ମଞ୍ଜୁର କରିଛନ୍ତି । ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ବାବଦକୁ ରାଜ୍ୟ ସରକାର ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଓ ଔଷଧ କ୍ରୟ ବାବଦକୁ ୧୪ କୋଟି ଟଙ୍କା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ପ୍ରାଥମିକ ଓ ଉଚ୍ଚଶିକ୍ଷାର ବିକାଶ ପାଇଁ ୨,୩୨୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ବଜେଟ୍‌ ମାଧ୍ୟମରେ ରାଜ୍ୟର ଶିକ୍ଷା ବିଭାଗ ଅଧିକ ଅଗ୍ରସର ହୋଇପାରିବ ବୋଲି ଆଶା କରାଯାଉଛି ।

 

Comments are closed.