Latest Odisha News

BREAKING NEWS

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ଶୁକ୍ରବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିଛନ୍ତି । କୃଷି ଜଳସେଚନ ପାଇଁ ୧୬୭୩ କୋଟି ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି, ସମୃଦ୍ଧ କୃଷକ ଯୋଜନାରେ ଅଧିନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନ୍ପୁଟ ସହାୟତା ପାଇଁ ୮୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ ପ୍ୟାକ୍ସ ପାଇଁ ୩୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ସେହିପରି କୁକୁଡ଼ା ପାଳନ ବିକାଶ ପାଇଁ ୧୩୭ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ୯୧ କୋଟି, ମତ୍ସ୍ୟଜୀବୀ କଲ୍ୟାଣ ପାଇଁ ୧୧୭ କୋଟି ବ୍ୟୟବରାଦ କରାଯାଇଛି ।

Comments are closed.