Latest Odisha News

BREAKING NEWS

ରୋକୋଙ୍କ ଭବିଷ୍ୟତ ସମ୍ପର୍କରେ ଡିସେମ୍ବର ୬ରେ ନିଆଯିବ ନିଷ୍ପତି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତ ନେଇ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଯାଉଛି । ଡିସେମ୍ବର ୬ରେ ଏ ନେଇ ଏକ ବୈଠକ ଆୟୋଜିତ ହେବ । ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ଏହି ବୈଠକରେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଯୋଗଦେବେ । ୨୦୨୭ ବିଶ୍ୱକପରେ ରୋହିତ ଓ କୋହଲିଙ୍କ ଭୂମିକା ଏହି ବୈଠକରେ ସ୍ପଷ୍ଟ ହେବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ବିଶାଖପଟନମରେ ଖେଳାଯିବ । ଏହା ପରେ ଏହି ବୈଠକ ବିଶାଖପଟନମ କିମ୍ବା ଅହମ୍ମଦାବାଦରେ ଆୟୋଜିତ ହେବ । ଦୁଇ ସିନିୟର ଖେଳାଳି କିପରି ଫର୍ମ ଏବଂ ଫିଟନେସ ବଜାୟ ରଖିବେ ତାର ଯୋଜନା ମଧ୍ୟ ବିସିସିଆଇ ଜାଣିବା ପାଇଁ ଚାହିଁବ ।

ଉଭୟ ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ବିସିସିଆଇ ପରାମର୍ଶ ଦେଇପାରେ । ରୋହିତ ଓ ବିରାଟଙ୍କୁ ଭବିଷ୍ୟତ ସମ୍ପର୍କରେ କୌଣସି ବୟାନ ନ ଦେବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି । ରୋହିତଙ୍କୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରି ଆକ୍ରମଣାତ୍ମକ ଖେଳ ଜାରୀ ରଖିବା ପାଇଁ କୁହାଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତ ଅନାବଶ୍ୟକ ରିସ୍କ ନେବାକୁ ଚାହୁଁ ନ ଥିବା ଦେଖିବାକୁ ମିଳିଥିଲା । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କଲେ ଯୁବ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚାପ କମିବ ଏବଂ ସେମାନେ ସ୍ୱାଭାବିକ ପ୍ରଦର୍ଶନ କରିବେ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ।

Comments are closed.