Latest Odisha News

BREAKING NEWS

ପ୍ରଥମ ଦିନିକିଆ କ୍ରିକେଟ: ଚୂଡାନ୍ତ ଏକାଦଶ ନେଇ ସୂଚନା ଦେଲେ ରାହୁଲ

ରାଂଚୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ନଭେମ୍ବର ୩୦ରୁ ଆରମ୍ଭ ହେବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପସ୍ଥିତି ଦଳକୁ ମଜଭୁତ କରିଛି । ଶୁଭମନ ଗିଲ ଖେଳୁ ନ ଥିବାରୁ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ରାହୁଲ ପ୍ରଥମ ଦିିନିକିଆରେ ଚୂଡାନ୍ତ ଏକାଦଶ କିପରି ରହିବ ସେ ନେଇ ସାମାନ୍ୟ ସୂଚନା ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୂର୍ଣ୍ଣ ସିରିଜରେ ସେ ମିଡିଲ ଅର୍ଡରରେ ବ୍ୟାଟିଂ ନ କରି ଷଷ୍ଠ ସ୍ଥାନରେ ଖେଳିବେ ।

ପନ୍ତ ବ୍ୟାଟ୍ସମ୍ୟାନ ଭାବେ ଦଳରେ ସ୍ଥାନ ପାଇପାରିବେ ମାତ୍ର ଏହି ସିରିଜରେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ମାନେ ୱିକେଟକିପର ଦାୟିତ୍ୱ ତୁଲାଇବେ । ରିତୁରାଜ ଗାଏକ୍ୱାଡ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ ତାହା କିନ୍ତୁ ରାହୁଲ ସ୍ପଷ୍ଟ କରି ନ ଥିଲେ । ଅବଶ୍ୟ ସେ କହିଥିଲେ ଏହି ସିରିଜରେ ସେ ନିଶ୍ଚିତ ଭାବେ ଖେଳିବା ପାଇଁ ସୁଯୋଗ ପାଇବେ । ସେ ଯେବେ ବି ସୁଯୋଗ ପାଇଛନ୍ତି ଭଲ ପ୍ରଦର୍ଶନ କରିଛନ୍ତି । ଏଥର ମଧ୍ୟ ଆମେ ଏହା ଆଶା କରୁଛୁ ବୋଲି ରାହୁଲ କହିଛନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତର ଚୂଡାନ୍ତ ଏକାଦଶ ପ୍ରାୟତଃ ସ୍ଥିର ହୋଇ ସାରିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନ ନେଇ ଦ୍ୱନ୍ଦ୍ୱ ରହିଛି । ରୋହିତ ଶର୍ମା ଓ ଯଶସ୍ୱୀ ଜୈସୱାଲ ଓପନିଂ କରିବେ । ବିରାଟ କୋହଲି, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ମିଡିଲ ଅର୍ଡର ଦାୟିତ୍ୱ ତୁଲାଇବେ । କେଏଲ ରାହୁଲ, ୱାଶିଂଟନ ସୁନ୍ଦର ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଖେଳିବେ । କୂଲଦୀପ ଯାଦବ, ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ ବିଭାଗ ସମ୍ଭାଳିବେ । ପନ୍ତ ଏବଂ ଗାଏକ୍ୱାଡଙ୍କୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିଛି । ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାଜୟବରଣ କରିବା ପରେ ଭାରତ ଦିନିକିଆ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ।

Comments are closed.