Latest Odisha News

BREAKING NEWS

୧୪ ବର୍ଷ ପରେ ଆଇପିଏଲ ଛାଡିବା ପାଇଁ ନିଷ୍ପତି ନେଲେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ଖେଳାଳି ନିଲାମ ଡିସେମ୍ବର ୧୬ରେ ହେବ । ଏଥର କେତେକ ନାମୀ ଓ ଦାମୀ ଖେଳାଳି ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ଆଇପିଏଲର ଏକ ଲୋକପ୍ରିୟ ଖେଳାଳି ଏଥର ନିଲାମରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାର ଫାପ ଡୁ ପ୍ଲେସି ଏହି ଘୋଷଣା କରିଛନ୍ତି । ନଭେମ୍ବର ୨୯ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପୂର୍ବତନ ଅଧିନାୟକ ଏହା କହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସେ ଗତ ସଂସ୍କରଣରେ ଖେଳିଥିଲେ । ଏଥର ନିଲାମ ପୂର୍ବରୁ ଟିମ ତାଙ୍କୁ ରିଲିଜ କରିଦେଇଛି ।

ଫାପ ପାକିସ୍ତାନ ଲିଗରେ ଖେଳିବାକୁ ଯାଉଥିବାରୁ ଏହି ନିଷ୍ପତି ନେଇଛନ୍ତି । ମୁଁ ଏଥର କେବଳ ଆଇପିଏଲ ଖେଳୁନି । ପୂନର୍ବାର ମୁଁ ଫେରିବି ବୋଲି ସେ କହିଛନ୍ତି । ୨୦୧୨ରେ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । କ୍ରମାଗତ ୭ଟି ସିଜନ ଖେଳିବା ଅବସରରେ ସେ ୨୦୧୮ ଓ ୨୦୨୧ ଚାମ୍ପିୟନ ଟିମର ସଦସ୍ୟ ମଧ୍ୟ ରହିଥିଲେ । ଏହା ପରେ ରାଇଜିଂ ପୁଣେ ସୁପର ଜ୍ୟାଂଟସ, ବେଙ୍ଗାଲୁର ଓ ଦିଲ୍ଲୀ ପକ୍ଷରୁ ଖେଳିଛନ୍ତି । ସେ ଓଭରାଲ ୧୫୪ ମ୍ୟାଚରେ ୪୭୭୩ ରନ କରିଛନ୍ତି । ଏଥିରେ ୩୯ ଅର୍ଦ୍ଧଶତକ ସାମିଲ ।

Comments are closed.