ନୂଆଦିଲ୍ଲୀ:ଭାରତ ୪ର୍ଥ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି । ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୦-୧ ଗୋଲରେ ପରାସ୍ତ ହୋଇଛି । ରବିବାର ମାଲେସିଆର ଇପୋହରେ ଅନୁଷ୍ଠିତ ଛଅ ଦଳୀୟ ସୁଲତାନ ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ପ୍ରଥମ ଟାଇଟଲ ହାସଲ କରିଛି ।
ମ୍ୟାଚ୍ର ଏକମାତ୍ର ଗୋଲ ଷ୍ଟକ୍ବ୍ରୋକ୍ସ ଥିବେଉ(Thibeau Stockbroekx) କରିଥିଲେ। ତୃତୀୟ କ୍ୱାର୍ଟରରେ ବେଲଜିୟମ ଗୋଲ ଦେଇ ମ୍ୟାଚ୍ ଜିତିଥିଲା।
ଫାଇନାଲ ମ୍ୟାଚରେ ଭାରତ ଏବଂ ବେଲଜିୟମ ହାପ ଟାଇମ୍ ସୁଦ୍ଧା ଖାତା ଖୋଲିପାରି ନଥିଲେ। ସ୍କୋର ୦-୦ ଥିଲା। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ବେଲଜିୟମ ଭାରତକୁ ଗୋଟିଏ ଗୋଲ ଦେଇଥିଲା । ନିର୍ଦ୍ଧାରିତ ସମୟ ଶେଷ ହେବା ସୁଦ୍ଧା ଭାରତ କୌଣସି ଗୋଲ କରିପାରି ନଥିଲା ।
ଅନ୍ୟପଟେ ନ୍ୟୁଜିଲାଣ୍ଡ ମାଲେସିଆକୁ ୬-୧ଗୋଲ୍ ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ।
Comments are closed.