Latest Odisha News

BREAKING NEWS

ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିଟ ହେବା ପରେ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଏବେ ସେ ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ହାର୍ଦ୍ଦିକ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏବେ ସେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଟକ ଟି୨୦ ପୂର୍ବରୁ ସେ ୬ ତାରିଖରେ ଦଳ ସହିତ ଯୋଗ ଦେବେ । ଡିସେମ୍ବର ୯ରୁ କଟକରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ହାର୍ଦ୍ଦିକ ସ୍ମାଟ ୨୫ରେ ୨ଟି ମ୍ୟାଚ ଖେଳିଥିଲେ ।

ପଞ୍ଜାବ ବିପକ୍ଷରେ ୪୨ ବଲରେ ୭୭ ରନ କରିଥିବା ବେଳେ ଗୁଜରାଟ ବିରୋଧରେ ୧୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ଏସିଆ କପରେ ଆଘାତପ୍ରାପ୍ତ ହେବା ପରେ ହାର୍ଦ୍ଦିିକ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିିନିକିଆ ସିରିଜରେ ଖେଳି ପାରି ନ ଥିଲେ । ୨୦୨୬ ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ସେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.