Latest Odisha News

BREAKING NEWS

ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ ଚମତ୍କାର ଶତକ ହାସଲ କରିିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ପ୍ରଥମ ଶତକ । ଏହା ପୂର୍ବରୁ ସେ ଏଠାରେ କୌଣସି ଶତକ ମାରିପାରି ନ ଥିଲେ । ରୁଟଙ୍କ ଟେଷ୍ଟରେ ଶତକ ସଂଖା ୪୦ରେ ପଂହଚିଛି । ସେ ତେବେ ରୁଟ ଶତକ ହାସଲ କରିବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ ବେଶ ଖୁସୀ ଅଛନ୍ତି । ପ୍ରଶ୍ନ ଉଠୁଛି ହେଡେନ ଏତେ ଖୁସୀ କାହିଁକି ଅଛନ୍ତି ।

ଆଶେସ ୨୦୨୫ ଆରମ୍ଭ ହେବା ପୂର୍ବରୁ ସେ ଜୋର ଦେଇ କହିଥିଲେ, ଏଥର ରୁଟ ନିଶ୍ଚିତ ଭାବେ ଶତକ ହାସଲ କରିବେ । ଯଦି ସେ ଶତକ ନ ମାରିବେ ତେବେ ମୁଁ ଉଲଗ୍ନ ହୋଇ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୌଡିବି । ଏବେ ରୁଟ ଶତକ ମାରିଥିବାରୁ ତାଙ୍କୁ ଆତ୍ମ ସନ୍ତୁଷ୍ଟି ମିଳିଛି । ଗାବା ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ୱିକେଟ ବିନିମୟରେ ୩୨୫ ରନ କରିଛି । ରୁଟ ୧୩୨ ଓ ଜୋଫ୍ରା ଆର୍ଚ୍ଚା ୩୨ ରନ କରି ଅପରାଜିତ ଅଛନ୍ତି ।

Leave A Reply

Your email address will not be published.