Latest Odisha News

BREAKING NEWS

ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ବର୍ଷ ପରେ ଭାରତ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଦୁଇ ନେତା ପରସ୍ପରକୁ ହାତ ମିଳାଇ ଆଲିଙ୍ଗନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିମାନବନ୍ଦରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଏକ କାରରେ ୭ କିଲୋମିଟର ଯାତ୍ରା କରିଥିଲେ। ଫର୍ଚୁନର କାରର ବାମ ପାର୍ଶ୍ୱରେ ମୋଦି ବସିଥିଲେ ଏବଂ ଡାହାଣ ପାର୍ଶ୍ୱରେ ପୁଟିନ ବସିଥିଲେ। ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା।

ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ କାଫଲା ସହିତ ବିମାନବନ୍ଦରରେ ପହଞ୍ଚିଥିଲେ।

ପୁଟିନ ଆଗାମୀ ତିରିଶ ଘଣ୍ଟା ପାଇଁ ଭାରତରେ ରହିବେ। ତାଙ୍କ ଆଗମନ ପୂର୍ବରୁ ଅନେକ ରୁଷ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଯେଉଁଥିରେ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ, ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ଏବଂ କୃଷି ମନ୍ତ୍ରୀ ଦିମିତ୍ରୀ ପେଟ୍ରୋଭ ମଧ୍ୟ ସାମିଲ ଅଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି ପ୍ରୋଟୋକଲ ଭାଙ୍ଗି ବିଦେଶୀ ଅତିଥି ଏବଂ ରାଷ୍ଟ୍ରମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ବିମାନବନ୍ଦରରେ ଛଅ ଜଣ ନେତାଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ଜାପାନର ସିଂଜୋ ଆବେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ଏବଂ କାତାରର ଆମୀର ଶେଖ୍ ତାମିମ୍ ବିନ୍ ହମାଦ ଅଲ୍ ଥାନି ସାମିଲ ଅଛନ୍ତି।

 

Leave A Reply

Your email address will not be published.