ବ୍ରିସବେନ: ଏଠାରେ ଚାଲିଥିବା ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟରେ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଛି । ଗୋଲାପୀ ବଲରେ ଖେଳାଯାଉଥିବା ଏହି ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୭୮ ରନ ସଂଗ୍ରହ କରିଛି । ଏଥିସହ ଘରୋଇ ଦଳ୪୪ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଆଲେକ୍ସ କ୍ୟାରୀ ୪୬ ଓ ମାଇକେଲ ନେସର ୧୫ ରନ କରି ଅପରାଜିତ ଅଛନ୍ତି । ଜେକ ୱେଦରଲାଣ୍ଡ ୭୨, ମାର୍ନସ ଲାବୁସେନ ୬୫, ଷ୍ଟିଭ ସ୍ମିଥ ୬୧, କାମେରୁନ ଗ୍ରୀନ ୪୫ ରନ କରିଛନ୍ତି ।
ଇଂଲଣ୍ଡ ପକ୍ଷରୁ ବ୍ରେଣ୍ଡନ କୋର୍ସ ୩ଟି ଏବଂ ବେନ ଷ୍ଟୋକ୍ସ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଇଂଲଣ୍ଡ ଜୋ ରୁଟଙ୍କ ଶତକ ବଳରେ ୩୩୪ ରନ କରିଥିଲା । ୯ ୱିକେଟ ହରାଇ ୩୨୫ ରନ କରିଥିବା ଇଂଲଣ୍ଡ ମାତ୍ର ୯ ରନ ଯୋଗ କରିବ ପରେ ଅଲଆଉଟ ହୋଇ ଯାଇଥିଲା । ଜୋ ରୁଟ ୧୩୮ ରନ କରି ଅପରାଜିତ ରହିଥିଲେ । ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି ।