ନୂଆଦିଲ୍ଲୀ: ଚନ୍ଦ୍ର ଗସ୍ତରେ ଯିବାପାଇଁ ଜଣେ କୋଟିପତି ବ୍ୟବସାୟୀ ବିଜ୍ଞାପନ ଦ୍ୱାରା ଖୋଜୁଛନ୍ତି ସାଥୀ । ଏହା ଶୁଣିବାକୁ ଟିକେ ଆଶ୍ୱର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ନଜରକୁ ଆସିଛି ଜାପାନରେ ।
ସମ୍ପୃକ୍ତ କୋଟିପତି ବ୍ୟବସାୟୀ ଜଣକ ହେଉଛନ୍ତି ଜାପାନର ବାସିନ୍ଦା ଏବଂ ତାଙ୍କ ନାମ ୟୁସାକୁ ମୈଜାୱା ବୋଲି ଜଣାପଡିଛି।
ସେ ନିଜ ସ୍ୱପ୍ନର ସାଥୀଙ୍କୁ ସନ୍ଧାନ କରିବା ସହ ତାଙ୍କୁ ଚନ୍ଦ୍ରକୁ ନେବା ଲାଗି କିଛିଟା ସର୍ତ୍ତ ମଧ୍ୟ ରଖିଛନ୍ତି ।
ନିକଟରେ ସେ ସୋସିଆଲ୍ ମିଡିଆରେ ଛାଡିଥିବା ବିଜ୍ଞାପନ ଅନୁଯାୟୀ ସେ ଖୋଜୁଥିବା ସାଥୀ ତଥା ଗର୍ଲଫ୍ରେଣ୍ଡର ବୟସ ୨୦ ବର୍ଷ ଭିତରେ ହୋଇଥିବା ଦରକାର ।
ଯିଏକି ନିଜ ଜୀବନର ପ୍ରତିଟି ମୁହୂର୍ତ୍ତକୁ ମନଭରି ଉପଭୋଗ କରୁଥିବ । ସେଭଳି ଏକ ଗର୍ଲଫ୍ରେଣ୍ଡ ପାଇଲେ ସେ ତାଙ୍କୁ ଜହ୍ନ ରାଇଜକୁ ବୁଲାଇ ନେବେ ବୋଲି ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେଇଥିଲେ । ତାଙ୍କର ଏଭଳି ସର୍ତ୍ତକୁ ଦେଖି ବହୁ ଯୁବତୀ ଏଥିପାଇଁ ଆବେଦନ କରିଥିବା ନେଇ ସୂଚନା ମିଳିଛି ।
ୟୁସାକୁ ତାଙ୍କର ଏକ ବିଜ୍ଞାପନ ଟ୍ୱିଟର ଆକାଉଣ୍ଟରେ ଶେୟାର କରିବା ସହ ଲେଖିଥିଲେ ‘ଆପଣ ଚନ୍ଦ୍ରକୁ ଯାଇଥିବା ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିବାକୁ ଚାହୁଁଛନ୍ତି କି’?
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୟୁସୁଫଙ୍କ ଆବେଦନର ଶେଷ ତାରିଖ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ରହିଛି । ମାର୍ଚ୍ଚ ସୁଦ୍ଧା ସେ ତାଙ୍କର ଗର୍ଲଫ୍ରେଣ୍ଡ ବାଛିବେ ।
ନିକଟରେ ଜଣେ ଜାପାନୀ ଅଭିନେତ୍ରୀଙ୍କ ସହ ୟୁସାକୁଙ୍କ ବ୍ରେକଅପ୍ ହୋଇଯାଇଥିବା ଯୋଗୁଁ ସେ ନୂଆ ସାଥୀ ସନ୍ଧାନ କରିବା ଲାଗି ସେ ଏଭଳି ଅଭିନୟ ଉପାୟ ଆପଣାଇଛନ୍ତି ।
ତେବେ ୨୦୨୩ ମସିହାରେ ସାଥୀଙ୍କ ସହ ଚନ୍ଦ୍ରକୁ ଯିବାର ତାଙ୍କର କାର୍ଯ୍ୟକ୍ରମ ରହିଛି ।
Comments are closed.