ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବ୍ରାଉନସୁଗର କାରବାର ଚଳାଉଥିବା ମାଆ ଓ ପୁଅଙ୍କୁ କାମାକ୍ଷାନଗର ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କୁ ନିକଟରୁ ୬୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ ଏହି ମାଆ ପୁଅ ।
ଜବତ ହୋଇଥିବା ଏହି ଧଳାଜହରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଚଢ଼ାଉ ବେଳେ ସୁଯୋଗ ଦେଖି ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି । ଏହି ପରିବାର ଦୀର୍ଘ ଦିନ ହେବ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଏହି ବେଆଇନ୍ ବ୍ୟବସାୟ ଚଳାଇ ଆସୁଥିଲେ ।
ଅନ୍ୟପଟେ, କ୍ରିକେଟ ବ୍ୟାଟ୍ରେ ଗଞ୍ଜେଇ ଚାଲଣ ବେଳେ ମାଡି ବସିଲା ଜିଆରପି ପୋଲିସ । ଦୁଇଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି । ବ୍ରହ୍ମପୁର ରେଳ ଷ୍ଟେସନରୁ କରିଲା ଜିଆରପି ପୋଲିସ । ଉଭୟ ଅଭିଯୁକ୍ତଙ୍କୁ NDPS ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଗିରଫ କରାଯାଇଛି । ରାସାୟନିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି ।
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ସନ୍ଦେହଜନକ ଭାବରେ ଭାରୀ ବ୍ୟାକପ୍ୟାକ୍ ଓ ପ୍ଲାଷ୍ଟିକ୍ କ୍ରିକେଟ୍ ବ୍ୟାଟ୍ ବୋହି ନେବା ପରେ ଅଟକ ରଖାଯାଇଥିଲା । ୧୦ଟି କ୍ରିକେଟ୍ ବ୍ୟାଟ୍ ଭିତରେ ଲୁଚାଇ ରଖିଥିଲେ ୧୭.୫୦୦ କିଲୋଗ୍ରାମ ଗଞ୍ଜେଇ । ବେଆଇନ ଗଞ୍ଜେଇ ଉଦ୍ଧାର କରାଯାଇ ଜବତ କରିଛନ୍ତି ଜିଆରପି ପୋଲିସ ।