Latest Odisha News

BREAKING NEWS

୪ ବର୍ଷରେ ନଦୀ ବୁଡ଼ିରେ ଯାଇଛି ୧୭୫୦ ଜୀବନ, କଟକରେ ସର୍ବାଧିକ

ଭୁବନେଶ୍ୱର: ବିଧାନସଭାରୁ ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି। ରାଜ୍ୟରେ ୪ ବର୍ଷ ମଧ୍ୟରେ ନଦୀ ବୁଡିରେ ଯାଇଛି ୧୭୫୦ ଜଣଙ୍କ ଜୀବନ। ସେହିଭଳି ସମୁଦ୍ରରେ ଭାସି ୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ୨୦୨୫ରେ ୪୨୭ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି। ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୨୦୨୨-୨୫ ଭିତରେ ଆସିଥିବା ଏହି ତଥ୍ୟ ଉଦବେଗଜନକ ରହିଛି। କଟକରେ ସର୍ବାଧିକ ୧୭୯ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। କେନ୍ଦୁଝରରେ ୧୬୦ ଜଣ, ମୟୂରଭଞ୍ଜରରେ ୧୫୪ ଜଣ ,କେନ୍ଦ୍ରାପଡ଼ାରେ ୧୧୦ ଜଣ ,ସମ୍ବଲପୁରରେ ୧୦୭ ଜଣଙ୍କ ନଦୀରେ ବୁଡି ଜୀବନ ଯାଇଛି।

Leave A Reply

Your email address will not be published.