Latest Odisha News

BREAKING NEWS

Most Stylish People 2025: ୬୦ବର୍ଷ ବୟସରେ କିଙ୍ଗ ଖାନଙ୍କ ଜଲଓ୍ବା…

ନୂଆଦିଲ୍ଲୀ: ରୋମାନ୍ସର ରାଜା  ଭାବରେ ଜଣାଶୁଣା ସୁପରଷ୍ଟାର ଶାହରୁଖ ଖାନ ୬୦ ବର୍ଷ ବୟସରେ ମଧ୍ୟ ନିଜର ଷ୍ଟାଇଲ୍ ଏବଂ ଲୁକ୍ ସହିତ ଲୋକମାନଙ୍କୁ ମୋହିତ କରିଚାଲିଛନ୍ତି। ଶାହରୁଖଙ୍କୁ ଏବେ ନ୍ୟୁୟର୍କ ଟାଇମ୍ସର ୨୦୨୫ ର ୬୭ ଜଣ ସବୁଠାରୁ ଷ୍ଟାଇଲିସ୍ ଲୋକଙ୍କ ତାଲିକାରେ ସ୍ଥାନ ଦିଆଯାଇଛି। ଏହି ତାଲିକାରେ ବିଭିନ୍ନ ଶିଳ୍ପର ଅନେକ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ଶାହରୁଖ ହେଉଛନ୍ତି ଏକମାତ୍ର ଭାରତୀୟ ଷ୍ଟାର। ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ମେଟ୍ ଗାଲାରେ ଶାହରୁଖ ଖାନଙ୍କୁ ତାଙ୍କର ମେଟ୍ ଗାଲା ଲୁକ୍ ଏବଂ ଷ୍ଟାଇଲ୍ ପାଇଁ ଏହି ତାଲିକାରେ ସାମିଲ କରାଯାଇଥିଲା। ଶାହରୁଖ ଖାନ ପ୍ରସିଦ୍ଧ ସେଲିବ୍ରିଟି ଡିଜାଇନର୍ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ କଳା ପୋଷାକ ପିନ୍ଧିଥିଲେ। ସେ ତାଙ୍କ ବେକରେ “k” ଅକ୍ଷର ଥିବା ଏକ କ୍ରିଷ୍ଟାଲ୍ ଲକେଟ୍ ମଧ୍ୟ ପିନ୍ଧିଥିଲେ। ତାଙ୍କର ଏହି ଲୁକ୍ ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା। ସେଠାରେ ଶାହରୁଖ ଖାନଙ୍କୁ ବିଶ୍ୱର ସବୁଠାରୁ ବଡ ଷ୍ଟାର ଭାବରେ ବର୍ଣ୍ଣନା କରାଯାଇଛି ।

ମନୋରଞ୍ଜନ, କ୍ରୀଡା, ବ୍ୟବସାୟ ଏବଂ ରାଜନୀତି ସମେତ ବିଭିନ୍ନ କ୍ଷେତ୍ରର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନାମ ରହିଛି। ଏହି ତାଲିକାରେ ଶାହରୁଖ ଖାନ ଏକମାତ୍ର ଭାରତୀୟ। ତାଲିକାରେ ଥିବା ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ଅଛନ୍ତି ବ୍ରାଏନା କାର୍ପେଣ୍ଟର, ଡଚ୍, ଏଽଏପି ରକି, ଭିଭିଏନ୍ ୱିଲସନ୍, ନିକୋଲ୍ ଶେରଜିଙ୍ଗର, ୱାଲ୍ଟନ୍ ଗଗିନ୍ସ, ଜେନିଫର ଲରେନ୍ସ, ମେଲାନିଆ ଟ୍ରମ୍ପ୍, ଶାଇ ଗିଲଗେୟସ୍-ଆଲେକ୍ଜାଣ୍ଡାର, କୋଲ୍ ଏସ୍କୋଲା ଏବଂ ନୋଆ ୱାଇଲ୍। ତେବେ ସିନେମା କଥା କହିବାକୁ ଗଲେ  ଶାହରୁଖ ଖାନ ଆଗକୁ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ “କିଙ୍ଗ୍” ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଜ୍ୟାକି ଶ୍ରଫ୍ ଏବଂ ଜୟଦୀପ ଆହଲାୱତଙ୍କ ଭଳି ବଡ଼ ବଡ଼ କଳାକାର ମଧ୍ୟ ଅଛନ୍ତି।

Leave A Reply

Your email address will not be published.