୨୦୨୩-୨୪ ପାଇଁ ଶିଳ୍ପ ଗୁରୁ ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
୪୮ ଜଣ ଶିଳ୍ପକାର ଏବଂ ଡିଜାଇନର ସମ୍ମାନିତ; ବିଜେତାଙ୍କ ମଧ୍ୟରେ ୨୦ ଜଣ ମହିଳା କାରିଗର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୨୩ ଏବଂ ୨୦୨୪ ପାଇଁ ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ କ୍ଷେତ୍ରରେ ଭାରତର ମହାନ କାରିଗର, ଡିଜାଇନର୍, ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ, ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, ବୟନ ସଚିବ ନୀଲମ ଶାମି ରାଓ ଏବଂ ବିକାଶ କମିଶନର (ହସ୍ତଶିଳ୍ପ) ଅମୃତ ରାଜଙ୍କ ସହିତ କାରିଗର, ଶିଳ୍ପ ନେତା, ରପ୍ତାନିକାରୀ, ଡିଜାଇନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୋଟ ୪୮ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ୧୨ଟି ଶିଳ୍ପ ଗୁରୁ ପୁରସ୍କାର ଓ ୨ଟି ଡିଜାଇନ୍ ଏବଂ ନବସୃଜନ ପୁରସ୍କାର (କାରୀଗର-ଡିଜାଇନର୍ ସହଯୋଗ) ସମେତ ୩୬ଟି ଜାତୀୟ ପୁରସ୍କାର ଅନ୍ତର୍ଭୁକ୍ତ। ପୁରସ୍କୃତଙ୍କ ମଧ୍ୟରେ ୨୦ ଜଣ ମହିଳା କାରିଗର ଅଛନ୍ତି।
ପୁରସ୍କୃତ ହୋଇଥିବା ଶିଳ୍ପୀମାନଙ୍କ ମଧ୍ୟରେ କାଠ କାମ, ଧାତୁ କାରିଗରୀ, ମାଟି ମଡେଲିଂ, ଝୋଟ ଶିଳ୍ପ, ହସ୍ତ-ମୁଦ୍ରିତ ବୟନଶିଳ୍ପ, ପଟ୍ଟଚିତ୍ର, କଳାତ୍ମକ ବୟନ, ମୂର୍ତ୍ତି, ଟେରାକୋଟା, ବେତ ଏବଂ ବାଉଁଶ, ପଥର ଖୋଦନ, କାଗଜ କାର୍ଯ୍ୟ, କାର୍ପେଟ, ଖେଳଣା କାରିଗରଙ୍କ ସହିତ ଅନ୍ୟାନ୍ୟ ଶିଳ୍ପ କାରିଗରମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ।