Latest Odisha News

BREAKING NEWS

Tata Steel: ଟାଟା ଷ୍ଟିଲ୍ ଓ କନଷ୍ଟ୍ରକ୍ଟଷ୍ଟିଲ୍ ପକ୍ଷରୁ ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ ଲୋକାର୍ପିତ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଓ କନଷ୍ଟ୍ରକ୍ଟଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱରରେ ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ ଲୋକାର୍ପଣ କରାଯାଇଛି । ଅତ୍ୟାଧୁନିକ ଲାଇଟ୍ ଗେଜ୍ ଇସ୍ପାତ ଫ୍ରେମ୍ (ଏଲ୍‌ଜିଏସଏଫ୍‌) ପ୍ରଯୁକ୍ତି ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି । କନଷ୍ଟ୍ରକ୍ଟଷ୍ଟିଲ୍ ହେଉଛି ୱାର୍ଲଡ ଷ୍ଟିଲ୍ ଆସୋସିଏସନ୍‌ର ଇସ୍ପାତ ନିର୍ମାଣ ବଜାର ବିକାଶ କାର୍ଯ୍ୟକ୍ରମ ।

୧୮୩୬ ବର୍ଗଫୁଟରେ ନିର୍ମାଣ କରାଯାଇଥିବା ଏହି କୋଠାକୁ ୱାର୍ଲଡ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲଡ ଷ୍ଟିଲ୍‌)ର ମହାନିର୍ଦ୍ଦେଶକ ଡକ୍ଟର ଏଡ୍‌ୱିନ୍ ବାସନଙ୍କ ଉପସ୍ଥିତିରେ ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ ଉଦ୍‌ଘାଟନ କରିଛନ୍ତି । ସାଢ଼େ ୩ ମାସରେ ନିର୍ମାଣ କରାଯାଇଥିବା ଏହି କୋଠା ନେଟ୍‌-ଜିରୋ, କମ୍ ଶକ୍ତି ବ୍ୟବହାର ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି ଉଦଘାଟନୀ ଅବସରରେ ଟିଭି ନରେନ୍ଦ୍ରନ କହିଛନ୍ତି ଯେ, “ଇସ୍ପାତ ଆଧାରିତ ଜିରୋ ଏନର୍ଜି କୋଠା, ନିର୍ମାଣର ଭବିଷ୍ୟତକୁ ପ୍ରତିଫଳିତ କରୁଛି। କନଷ୍ଟ୍ରକ୍ଟଷ୍ଟିଲ୍ ସହ ଆମ ସହଯୋଗିତା ଏହା ଦର୍ଶାଉଛି ଯେ, କିଭଳି ଆଧୁନିକ, ଶକ୍ତି ଅନୁକୂଳ ଓ ଲୋ-କାର୍ବନ ସମାଧାନକୁ ସାରା ଭାରତରେ ବ୍ୟାପକ ଭାବେ ଦୋହରାଇହେବ ଓ ମୁଖ୍ୟସ୍ରୋତ ଭିତ୍ତିଭୂମିରେ ସମନ୍ୱିତ କରିହେବ।’’

ଏଲ୍‌ଜିଏସ୍‌ଏଫ୍ ପ୍ରଯୁକ୍ତିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଇସ୍ପାତ ସେକ୍ସନକୁ ଫ୍ରେମ୍ ଭଳି ଆସେମ୍ବଲ କରାଯାଇଥାଏ, ଯାହା କୋଠାକୁ ସର୍ବନିମ୍ନ ବାୟୁ ଲିକେଜ୍‌, ଉନ୍ନତ ବାୟୁ ଚଳାଚଳ ଓ ଅଳ୍ପ ଶକ୍ତି କ୍ଷୟ ସହ ଏକ କଠିନ ଆବରଣରେ ପରିଣତ କରିଥାଏ। ଇସ୍ପାତ ପାଇଁ ଢ଼ାଂଚା ହାଲୁକା ହେବା ସହ ତାହାକୁ ଶୀଘ୍ର ନିର୍ମାଣ କରାଯାଇଥାଏ, ଫଳରେ ଏହା ଦୀର୍ଘସ୍ଥାୟୀ ହୋଇଥାଏ ଏବଂ ଏହାକୁ ରିସାଇକଲ୍ କରାଯାଇପାରୁଥିବାରୁ ପରିବେଶ ଉପରେ ତାହାର ପ୍ରଭାବ ମଧ୍ୟ କମ୍ କରିଥାଏ ।

ଯେତିକି ଶକ୍ତି ବ୍ୟବହାର ହେବ, ସେତିକି ଉତ୍ପାଦନ କରିବା ଭଳି ଏହାକୁ ପ୍ରସ୍ତୁତ କରାଯାଇଛି। ଇସ୍ପାତ ଆଧାରିତ ଜିରୋ ଏନର୍ଜି କୋଠାରେ ଅତି ନିମ୍ନ ପରିଚାଳନା ଶକ୍ତି ଚାହିଦା ସହିତ କାର୍ଯ୍ୟକ୍ଷେତ୍ରରେ ଅକ୍ଷୟ ଶକ୍ତି ସୃଷ୍ଟି କରିବାର ସମନ୍ୱୟ ରହିଛି। ଯାହା ବାର୍ଷିକ ନେଟ୍ ଜିରୋ ଊର୍ଜା ବ୍ୟବହାର କରିବ । ଏହି କୋଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ଲେଜିଂ, ଭଲ ଭାବେ ଇନସୁଲେଟ ହୋଇଥିବା କାନ୍ଥ ଓ ରୁଫ ପ୍ୟାନେଲ ଏବଂ ଯେଉଁଠାରେ ସମ୍ଭବ ପ୍ରାକୃତିକ ବାୟୁ ଚଳାଚଳ ବ୍ୟବସ୍ଥା ବ୍ୟବହାର କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ସୃଷ୍ଟି କରିବା ପାଇଁ ଏହା ରୁଫଟପ ସୋଲାର ପ୍ୟାନେଲ ଓ କୋଠା ସମନ୍ୱିତ ଫଟୋଭୋଲଟାଇକ୍‌ (BIPV)କୁ ବ୍ୟବହାର କରୁଛି । ଏହି କୋଠାରେ ବର୍ଷାଜଳ ସଂରକ୍ଷଣ ଏବଂ ଲୋ-ଫ୍ଲୋ ଫିକ୍ସର ରହିଛି ଯାହା ଜଳ ଉପଯୋଗିତାରେ ଉନ୍ନତି ଆଣିବ ।

Leave A Reply

Your email address will not be published.