Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ଓଡିଶା ଦଳରେ ୭ ନୂଆ ଖେଳାଳି

କଟକ: ବିଜୟ ହଜାରେ ଟ୍ରଫି ପାଇଁ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ୱରେ ଓଡିଶା ଦଳର ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି । ରାଜେଶ ମହାନ୍ତିଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଡିସେମ୍ବର ୨୪ରୁ ଜାନୁୟାରୀ ୧୮ ପର୍ଯ୍ୟନ୍ତ ଏହା ବେଙ୍ଗାଲୁରର ବିଭିନ୍ନ ଗ୍ରାଉଣ୍ଡରେ ଖେଳାଯିବ । ପ୍ରଥମ ୩ଟି ମ୍ୟାଚକୁ ଆଖି ଆଗରେ ରଖାଯାଇ ଦଳ ଘୋଷଣା କରାଯାଇଛି । ଓଡିଶା ଚୟନ କମିଟି ମୂଖ୍ୟ ସୌରଜିତ ମହାପାତ୍ର ଏହି ଘୋଷଣା କରିଛନ୍ତି । ସ୍ଥାନ ପାଇଥିବା ନୂଆ ମୁହଁଗୁଡିକ ହେଲା- ଓମ ଟି ମୁଣ୍ଡେ, ଦୀନେଶ କୁମାର ମାଝୀ, ସମ୍ବିତ ବରାଳ, ସୌମ୍ୟରଞ୍ଜନ ଲେଙ୍କା, ଅନୀଲ ପରିଡା, ବାଦଲ ବିଶ୍ୱାଳ ଓ ସୟେଦ ତୌଫେଲ ଅହମ୍ମଦ । ଏଲିଟ ଗ୍ରୁପ ଡିରେ ଓଡିଶା ସହ ସୌରାଷ୍ଟ୍ର, ସର୍ଭିସେସ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ରେଲୱେ ରହିଛନ୍ତି ।

ଓଡିଶା ଟିମ: ଶାନ୍ତନୁ ମିଶ୍ର, ସ୍ୱସ୍ତିକ ସାମଲ, ଓମ ଟି ମୁଣ୍ଡେ, ଦୀନେଶ କୁମାର ମାଝୀ, ଆଶୀର୍ବାଦ ସ୍ୱାଇଁ, ବିପ୍ଲବ ସାମନ୍ତରାୟ(ଅଧିନାୟକ), ପ୍ରୟାଶ କୁମାର ସିଂ, ସମ୍ବିତ ବରାଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୌମ୍ୟରଞ୍ଜନ ଲେଙ୍କା, ଅନୀଲ ପରିଡା, ସନ୍ଦୀପ ପଟ୍ଟନାୟକ, ବାଦଲ ବିଶ୍ୱାଳ, ଗୋବିନ୍ଦ ପୋଦ୍ଦାର, ସୟେଦ ଟଫେଲ ଅହମ୍ମଦ । ଷ୍ଟାଣ୍ଡବାଇରେ ଶୁଭମ ଶତ୍ରୁଜିତ, ରାଜେଶ ଧୂପର, ପ୍ରଦୀପ ପ୍ରଧାନ, ସମ୍ବିତ ବେଜ, କାର୍ତିକ ବିଶ୍ୱାଳ, ପ୍ରଶାନ୍ତ ରଣା, ତାରିଣୀ ଶ ଓ ସୁମିତ ଶର୍ମା ରହିଛନ୍ତି ।
କାର୍ଯ୍ୟସୂଚୀ:
୨୪ ଡିସେମ୍ବର ୨୦୨୫: ଓଡିଶା ବନାମ ସୌରାଷ୍ଟ୍ର( ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁର । ୨୬ ଡିସେମ୍ବର: ଓଡିଶା ବନାମ ସର୍ଭିସେସ( ଅଲୂର କ୍ରିକେଟ ଷ୍ଟାଡିୟମ) । ୨୯ ଡିସେମ୍ବର: ଓଡିଶା ବନାମ ଆନ୍ଧ୍ରପ୍ରଦେଶ( ଅଲୂର କ୍ରିକେଟ ଷ୍ଟାଡିୟମ) । ୩୧ ଡିସେମ୍ବର: ଓଡିଶା ବନାମ ଦିଲ୍ଲୀ(ଅଲୂର କ୍ରିକେଟ ଷ୍ଟାଡିୟମ) । ୩ ଜାନୁୟାରୀ ୨୦୨୬: ଓଡିଶା ବନାମ ହରିୟାଣା( ଅଲୂର କ୍ରିକେଟ ଷ୍ଟାଡିୟମ) । ୬ ଜାନୁୟାରୀ: ଓଡିଶା ବନାମ ଗୁଜରାଟ( ଚିନ୍ନାସ୍ୱାମୀ ଷ୍ଟାଡୀୟମ) । ୮ ଜାନୁୟାରୀ: ଓଡିଶା ବନାମ ରେଲୱେ(ଅଲୂର କ୍ରିକେଟ ଷ୍ଟାଡିୟମ) ।

Leave A Reply

Your email address will not be published.