ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ସଂସ୍କୃତି ମୃତ୍ୟୁକୁ ନିଜର ନିଆରା ଢଙ୍ଗରେ ବିଦାୟ ଦିଏ, କିନ୍ତୁ କେତେକ ପରମ୍ପରା ଏତେ ଅଦ୍ଭୁତ ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ଶବକୁ ପୋତା ଯାଏ, କେଉଁଠି ଜାଳି ଦିଆଯାଏ, ଆଉ କେଉଁଠି ବିଦାୟର ଅର୍ଥ ହିଁ ଅଲଗା। ଦକ୍ଷିଣ ଆମେରିକାର ଘନ ଜଙ୍ଗଲରେ ବାସ କରୁଥିବା ଏକ ଜନଜାତିର ପରମ୍ପରା ଏପରି ଯେ ମୃତ୍ୟୁ ପରେ ଅଙ୍ଗାରକୁ ସୁପରେ ମିଶାଇ ପିଇ ଦିଆଯାଏ। ଏହା ଭୟଙ୍କର ଲାଗିପାରେ, କିନ୍ତୁ ଏହାର ପଛରେ ସେମାନଙ୍କର ବିଶ୍ୱାସ ଅତ୍ୟନ୍ତ ଗଭୀର।
ଆଧୁନିକ ଦୁନିଆରେ ମୃତ୍ୟୁ ପରେ ଆତ୍ମାର ଶାନ୍ତି କାମନା କରାଯାଏ, କିନ୍ତୁ ଯାନୋମାମି ଜନଜାତି ପାଇଁ ଶାନ୍ତିର ପଥ ଅଲଗା। ଏହି ଜନଜାତି ଭେନେଜୁଏଲା ଓ ବ୍ରାଜିଲର ସୀମାନ୍ତ ଅଞ୍ଚଳରେ ବାସ କରନ୍ତି ଏବଂ ଆଜି ବି ବାହାର ସଭ୍ୟତାରୁ ବହୁ ଦୂରରେ ରହିଛନ୍ତି। ସେମାନଙ୍କ ପାଇଁ ମୃତ୍ୟୁ ଅନ୍ତ ନୁହେଁ, ବରଂ ଆତ୍ମାର ପରବର୍ତ୍ତୀ ଯାତ୍ରାର ଆରମ୍ଭ। ଏହି ଚିନ୍ତାଧାରା ହିଁ ସେମାନଙ୍କର ସବୁଠାରୁ ଆଶ୍ଚର୍ଯ୍ୟଜନକ ପରମ୍ପରାକୁ ଜନ୍ମ ଦେଇଛି।
ଯାନୋମାମି ଜନଜାତିରେ କାହାର ମୃତ୍ୟୁ ହେଲେ ଶବକୁ ତୁରନ୍ତ ଅନ୍ତିମ ରୂପ ଦିଆଯାଏ ନାହିଁ। ପ୍ରଥମେ ଶବକୁ ଜଙ୍ଗଲରେ ପତ୍ର ଓ କାଠରେ ଢାଙ୍କି ରଖାଯାଏ। ପ୍ରାୟ ଏକ ମାସ ପରେ ଯେତେବେଳେ ଶରୀର ପ୍ରାକୃତିକ ଭାବେ ପରିବର୍ତ୍ତନ ହୋଇସାରିଥାଏ, ତା’ପରେ ତାକୁ ଜାଳି ଦିଆଯାଏ। ଆଉ ସେବି ଶବ ଜଳିଲା ପରେ ସେହି ସେଥିରୁ ବାହାରୁଥିବା ଅଙ୍ଗାରକୁ ଯତ୍ନରେ ସଂଗ୍ରହ କରାଯାଏ। ଏହି ଅଙ୍ଗାରକୁ କଦଳୀର ସୁପ ବା ପେଷ୍ଟରେ ମିଶାଇ ପୁରା ପରିବାର ଓ ଗୋଷ୍ଠୀ ପିଇଥାନ୍ତି।
ବାହାର ଦୁନିଆ ପାଇଁ ଏହି ପରମ୍ପରା ଭୟାବହ ଲାଗେ, କିନ୍ତୁ ଜନଜାତିର ଲୋକମାନଙ୍କ ପାଇଁ ଏହା ସମ୍ମାନର ପ୍ରତୀକ ଭାବେ ମାନନ୍ତି। ସେମାନଙ୍କ ବିଶ୍ୱାସ ଯେ ମୃତ ବ୍ୟକ୍ତିର ଆତ୍ମା ସେତେବେଳେ କଷ୍ଟ ପାଏ ଯେତେବେଳେ ତା’ର ଶରୀର ନିଜ ଲୋକମାନଙ୍କର ଅଂଶ ନ ହୁଏ। ଅଙ୍ଗାର ପିଇବା ସେମାନଙ୍କ ପାଇଁ ଶୋକ ନୁହେଁ, ବରଂ ଆତ୍ମାକୁ ଆପଣାର କରିବାର ପ୍ରକ୍ରିୟା।
BREAKING NEWS
- Assembly Elections 2026: ମତଦାନ ରେକର୍ଡ ଭାଙ୍ଗିଲା କେରଳମ୍- ଆସାମ!ଏହି ନିର୍ବାଚନମଣ୍ଡଳୀରେ ୯୪%ରୁ ଅଧିକ ଭୋଟିଂ…
- ସବ ଜୁନିୟର ମହିଳା ହକି: ସେମିରେ ଓଡିଶା, ପ୍ରିୟଙ୍କାଙ୍କ ଜବରଦସ୍ତ ପ୍ରଦର୍ଶନ
- ୧୦ ମାଓ ପ୍ରଭାବିତ ଜିଲ୍ଲାପାଳଙ୍କୁ ଚିଠି, ବସୁନ୍ଧରା ଯୋଜନାରେ ଭୂମି ଓ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ
- ଫିଫା ବିଶ୍ୱକପ: ଭାରତରେ ପ୍ରସାରଣ ପାଇଁ ମିଳୁ ନାହାନ୍ତି ବ୍ରଡକାଷ୍ଟର
- ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର; ଏତିକି ଟଙ୍କା ବ୍ୟୟ ବରାଦ
- OPTCLର ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟିତ
- ଟି୨୦ର ଗୋଟିଏ ଇନିଂସରେ ୯ ୱିକେଟ, ୫ ବଲରେ ୫ ସଫଳତା
- Called ‘Auntie’ By Colleague:’ଆଣ୍ଟି’କହିବା ପଡ଼ିଲା ମହଙ୍ଗା; ଲକ୍ଷେ ୭୭ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଏଥର ୯ ନୁହେଁ ୧୨ ଟିମ ଖେଳିବ
- ଅଶୋଧିତ ତେଲରୁ କିପରି ତିଆରି ହୁଏ ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ ୨ ଲିଟର ତିଆରି କରିବାକୁ କେତେ…
Comments are closed.