ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ସଂସ୍କୃତି ମୃତ୍ୟୁକୁ ନିଜର ନିଆରା ଢଙ୍ଗରେ ବିଦାୟ ଦିଏ, କିନ୍ତୁ କେତେକ ପରମ୍ପରା ଏତେ ଅଦ୍ଭୁତ ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ଶବକୁ ପୋତା ଯାଏ, କେଉଁଠି ଜାଳି ଦିଆଯାଏ, ଆଉ କେଉଁଠି ବିଦାୟର ଅର୍ଥ ହିଁ ଅଲଗା। ଦକ୍ଷିଣ ଆମେରିକାର ଘନ ଜଙ୍ଗଲରେ ବାସ କରୁଥିବା ଏକ ଜନଜାତିର ପରମ୍ପରା ଏପରି ଯେ ମୃତ୍ୟୁ ପରେ ଅଙ୍ଗାରକୁ ସୁପରେ ମିଶାଇ ପିଇ ଦିଆଯାଏ। ଏହା ଭୟଙ୍କର ଲାଗିପାରେ, କିନ୍ତୁ ଏହାର ପଛରେ ସେମାନଙ୍କର ବିଶ୍ୱାସ ଅତ୍ୟନ୍ତ ଗଭୀର।
ଆଧୁନିକ ଦୁନିଆରେ ମୃତ୍ୟୁ ପରେ ଆତ୍ମାର ଶାନ୍ତି କାମନା କରାଯାଏ, କିନ୍ତୁ ଯାନୋମାମି ଜନଜାତି ପାଇଁ ଶାନ୍ତିର ପଥ ଅଲଗା। ଏହି ଜନଜାତି ଭେନେଜୁଏଲା ଓ ବ୍ରାଜିଲର ସୀମାନ୍ତ ଅଞ୍ଚଳରେ ବାସ କରନ୍ତି ଏବଂ ଆଜି ବି ବାହାର ସଭ୍ୟତାରୁ ବହୁ ଦୂରରେ ରହିଛନ୍ତି। ସେମାନଙ୍କ ପାଇଁ ମୃତ୍ୟୁ ଅନ୍ତ ନୁହେଁ, ବରଂ ଆତ୍ମାର ପରବର୍ତ୍ତୀ ଯାତ୍ରାର ଆରମ୍ଭ। ଏହି ଚିନ୍ତାଧାରା ହିଁ ସେମାନଙ୍କର ସବୁଠାରୁ ଆଶ୍ଚର୍ଯ୍ୟଜନକ ପରମ୍ପରାକୁ ଜନ୍ମ ଦେଇଛି।
ଯାନୋମାମି ଜନଜାତିରେ କାହାର ମୃତ୍ୟୁ ହେଲେ ଶବକୁ ତୁରନ୍ତ ଅନ୍ତିମ ରୂପ ଦିଆଯାଏ ନାହିଁ। ପ୍ରଥମେ ଶବକୁ ଜଙ୍ଗଲରେ ପତ୍ର ଓ କାଠରେ ଢାଙ୍କି ରଖାଯାଏ। ପ୍ରାୟ ଏକ ମାସ ପରେ ଯେତେବେଳେ ଶରୀର ପ୍ରାକୃତିକ ଭାବେ ପରିବର୍ତ୍ତନ ହୋଇସାରିଥାଏ, ତା’ପରେ ତାକୁ ଜାଳି ଦିଆଯାଏ। ଆଉ ସେବି ଶବ ଜଳିଲା ପରେ ସେହି ସେଥିରୁ ବାହାରୁଥିବା ଅଙ୍ଗାରକୁ ଯତ୍ନରେ ସଂଗ୍ରହ କରାଯାଏ। ଏହି ଅଙ୍ଗାରକୁ କଦଳୀର ସୁପ ବା ପେଷ୍ଟରେ ମିଶାଇ ପୁରା ପରିବାର ଓ ଗୋଷ୍ଠୀ ପିଇଥାନ୍ତି।
ବାହାର ଦୁନିଆ ପାଇଁ ଏହି ପରମ୍ପରା ଭୟାବହ ଲାଗେ, କିନ୍ତୁ ଜନଜାତିର ଲୋକମାନଙ୍କ ପାଇଁ ଏହା ସମ୍ମାନର ପ୍ରତୀକ ଭାବେ ମାନନ୍ତି। ସେମାନଙ୍କ ବିଶ୍ୱାସ ଯେ ମୃତ ବ୍ୟକ୍ତିର ଆତ୍ମା ସେତେବେଳେ କଷ୍ଟ ପାଏ ଯେତେବେଳେ ତା’ର ଶରୀର ନିଜ ଲୋକମାନଙ୍କର ଅଂଶ ନ ହୁଏ। ଅଙ୍ଗାର ପିଇବା ସେମାନଙ୍କ ପାଇଁ ଶୋକ ନୁହେଁ, ବରଂ ଆତ୍ମାକୁ ଆପଣାର କରିବାର ପ୍ରକ୍ରିୟା।
BREAKING NEWS
- ଭାରତୀୟ ବିମାନ ଉପରେ କଟକଣା ବଢ଼ାଇଲା ପାକିସ୍ତାନ…
- ମୃତଦେହକୁ ସୁପ କରି ପିଅନ୍ତି ଏହି ଜନଜାତିର ଲୋକ, ପରମ୍ପରା ଜାଣି ଚମକି ଉଠିବେ
- ତିନି ଲକ୍ଷ ଟଙ୍କାର ରୂପା ୨୦୫୦ ବେଳକୁ କେତେ ହୋଇଯାଇଥିବ ? ଶୁଣିଲେ ଆପଣ ଆଜିଁ ହଁ ନିବେଶ କରିବା ଆରମ୍ଭ କରିବେ !
- ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’
- ମୟୂରଭଞ୍ଜ ଏବଂ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏହି ସୂଚନା ଦେଲେ ରେଳ ମନ୍ତ୍ରୀ…
- ଭୁବନେଶ୍ୱରରେ ହେବ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ
- India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ
- Silver City: କଟକ ସହରର ବିକାଶ ପାଇଁ ଖର୍ଚ୍ଚ ହେବ ୨୫୦ କୋଟି ଟଙ୍କା
- ଦକ୍ଷିଣ ଆଫ୍ରିକ ବିପକ୍ଷ ଟି୨୦ ସିରିଜ: ଆଘାତ ସମସ୍ୟା ଯୋଗୁ ଓହରିଲେ ଗିଲ
- ବ୍ରହ୍ମପୁର-ଜୟପୁର ୬ ଲେନ ବିଶିଷ୍ଟ ରାସ୍ତା ପାଇଁ ୬୦୦୦ କୋଟି ଘୋଷଣା