Latest Odisha News

BREAKING NEWS

Bangladesh unrest: ବାଂଲାଦେଶ ଅଶାନ୍ତିରେ ପାକିସ୍ତାନର ହାତ, ହିଂସାକୁ ଉସୁକାଉଛି ISI

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ISI ନୂତନ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ । ବାଂଲାଦେଶ ହିଂସାକୁ ଉସୁକାଉଛି ପାକ୍ ସେନା ଆଇଏସ୍ଆଇ ।ବାଂଲାଦେଶରେ ଭାରତ ବିରୋଧୀ ହିଂସା ଲାଗି ରହିଛି। ଯେଉଁଠାରେ ହିନ୍ଦୁମାନଙ୍କ ଉପରେ ହତ୍ୟାକାଣ୍ଡ ଜାରି ରହିଛି। ଯେଉଁଠାରେ ହିଂସାର ପର୍ୟ୍ୟାୟ ଏବେ ମଧ୍ୟ ଜାରି ରହିଛି ଏବଂ ଏହି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ ବାଂଲାଦେଶରେ ଆଠଟି ଆତଙ୍କବାଦୀ ଶିବିର (ଟେରର କ୍ୟାମ୍ପ) ସକ୍ରିୟ ଅଛି। ଯୋହା ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇପାରେ? ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି, ହିନ୍ଦୁମାନଙ୍କୁ ଲକ୍ଷ୍ୟ କରି ଯାହା ନିଶାନା ବନାଯାଉଛି, ଏହି ମଧ୍ୟରେ ଏବେ ଯାହା ଗୁପ୍ତଚର ରିପୋର୍ଟ ସାମ୍ନା କୁ ଆସିଛି, ତାହା ହେଇଛି ଏହି ଘଟଣା ସିଧା ପାକିସ୍ତାନ ସହିତ ଯୋଡ଼ି ହୋଇଥିବାର ଦେଖାଯାଉଛି। ଆଇଏସଆଇ, ପାକିସ୍ତାନର ଗୁପ୍ତଚର ଏଜେନ୍ସି, କିମ୍ବା ଯଦି ଆମେ କୁହୁ ଯେ ପାକିସ୍ତାନର ଆତଙ୍କବାଦୀମାନେ କାହାର ଇଙ୍ଗିତରେ କାମ କରନ୍ତି? ତାହା ହେଉଛି ଆଇଏସଆଇର ଇଙ୍ଗିତରେ କାମ କରନ୍ତି। ସେହି ଆଇଏସଆଇ ବର୍ତ୍ତମାନ ବାଂଲାଦେଶରେ ପ୍ରବେଶ କରିସାରିଛି ଏବଂ ସେଠାରେ ବିଭାଜନ କରିବାର ଚେଷ୍ଟା କରୁଛି।

ଏହା ସେନାକୁ ବିଭିନ୍ନ ଦଳରେ ବିଭକ୍ତ କରିବାର ଚେଷ୍ଟା କରୁଛି ଯାହା ଦ୍ୱାରା ସେଠାକାର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇଯିବ । ଏବଂ ଆତଙ୍କବାଦୀମାନଙ୍କର ପ୍ରଭାବ ବାଂଲାଦେଶରେ ଦ୍ରୁତ ଗତିରେ ବଢ଼ିବ। ଯାହାର ସିଧା ବିପଦ ଭାରତକୁ ହେବ । ୧୯୭୧ ପରଠାରୁଯେତେବେଳେ ପାକିସ୍ତାନ ଦୁଇଟି ଖଣ୍ଡ ହୋଇଥିଲା, ଭାରତ ସାହାଯ୍ୟରେ ବାଂଲାଦେଶ ସୃଷ୍ଟି ହୋଇଥିଲା ତା’ପରେ ଠାରୁ ପାକିସ୍ତାନରେ ପ୍ରତିଶୋଧର ନିଆଁ ଲାଗିରହିଛି । ଯାହା ସେମାନଙ୍କ ସେନା ଏବଂ ଆଜି ଆସିଫ ମୁନିରଙ୍କ ମନରେ ବସି ରହିଛି । ତେଣୁ ସେହି ମନସ୍କାମନା ସଫଳ କରିବା ପାଇଁ ବାଂଲାଦେଶରେ ଷଡଯନ୍ତ୍ର ରଚନା କରାଯାଉଛି।

ବାଂଲାଦେଶର ଛାତ୍ରନେତା ଓସମାନ ସରିଫ୍ ହାଦିର ମୃତ୍ୟୁକୁ ନେଇ ଏବେ ବାଂଲାଦେଶରେ ଭାରତ ବିରୋଧୀ ହିଂସା ଲାଗି ରହିଛି। ଏପରିକି ପ୍ରଥମ ଆଲୋ ଏବଂ ଡେଲି ଷ୍ଟାର ଭଳି ପ୍ରମୁଖ ଖବରକାଗଜର କାର୍ୟ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ସାମ୍ବାଦିକମାନେ ନିଜ ଜୀବନ ବଞ୍ଚାଇ ଖସି ପଳାଇବାରେ ସଫଳ ହୋଇଥିଲେ। ଏହି ଅସ୍ଥିର ପରିବେଶରେ, ISI ର ଭୂମିକା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆସିଛି। କୁହାଯାଉଛି ଯେ ଏହି ସଂସ୍ଥା ଜମାତ-ଏ-ଇସଲାମି ଏବଂ ଏହାର ସହଯୋଗୀ ଛାତ୍ର ଏବଂ ମଦ୍ରାସା ସଂଗଠନଗୁଡ଼ିକୁ ସିଧାସଳଖ ଆନ୍ଦୋଳନର ନେତୃତ୍ୱ ନ ନେବାକୁ ନିର୍ଦ୍ଦେଶ ଦେଇଛି ।

ସେପଟେ ବାଂଲାଦେଶରେ ଲାଗି ରହିଥିବା ଭାରତ ବିରୋଧୀ ହିଂସାକୁ ନେଇ ଭାରତ ସରକାର ଚିଟାଗଙ୍ଗସ୍ଥିତ ଭିସା ଆବେଦନ କେନ୍ଦ୍ର (ଆଇଭିଏସି)କୁ ଅନିର୍ଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଆଇଭିଏସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ରବିବାର ଠାରୁ ପରବର୍ତ୍ତୀ ନୋଟିସ ପର୍ୟ୍ୟନ୍ତ କେନ୍ଦ୍ରକୁ ବନ୍ଦ ରଖାଗଲା। ଇସଲାମିକ ମୌଳବାଦୀମାନେ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ନିଶାଣ କରି ହିଂସା ଘଟାଇ ଚାଲିଛନ୍ତି। ଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଏବେ ପାକିସ୍ତାନ ସପକ୍ଷବାଦୀ ହୋଇଉଠିଛନ୍ତି। ତେଣୁ ସେ ମୌଳବଦୀଙ୍କୁ ଦମନ କରିବା ଦିଗରେ କୌଣସି କଠୋର ପଦକ୍ଷେପ ନେଉ ନାହାନ୍ତି। ଏପରି କି ପାକିସ୍ତାନର ଉଚ୍ଚସ୍ତରୀୟ ରାଜନେତା, ସେନା ଅଧିକାରୀ ଓ ଆଇଏସ୍ଆଇ ଅଧିକାରୀମାନେ ଏବେ ବାଂଲାଦେଶ ଗସ୍ତ କରି ମୌଳବାଦୀ ହିଂସାକୁ ଉସୁକାଇବାରେ ଲାଗିଛନ୍ତି।

Leave A Reply

Your email address will not be published.