Latest Odisha News

BREAKING NEWS

ପୁଣି ଆଉ ଜଣେ ଭାରତୀୟଙ୍କୁ ୧୫ ଘଣ୍ଟା ଅଟକ ରଖିଲା ଚୀନ, ଖାଇବାକୁ ବି ଦେଲାନି…

ନୂଆଦିଲ୍ଲୀ: ଚୀନ ଅନନ୍ତ ମିତ୍ତଲ ନାମକ ଜଣେ ଭାରତୀୟ ବ୍ଲଗରଙ୍କୁ ପ୍ରାୟ ୧୫ ଘଣ୍ଟା ପାଇଁ ଅଟକ ରଖିଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଖାଦ୍ୟ ଏବଂ ପାଣି ମଧ୍ୟ ପ୍ରଦାନ କରାଯାଇନଥିଲା।

ବ୍ଲଗର ଜଣକ ଏନେଇ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଘଟଣା ବିଷୟରେ କହିଛନ୍ତି।

ଏହି ଘଟଣା ୧୬ ନଭେମ୍ବରରେ ଘଟିଥିଲା ଯେତେବେଳେ ଦିଲ୍ଲୀର ବାସିନ୍ଦା “ଅନ୍ ରୋଡ୍ ଇଣ୍ଡିଆନ୍” ନାମକ ଜଣେ YouTuber ଚୀନ୍ ଯାତ୍ରା କରିଥିଲେ। ସେ ତାଙ୍କ ଏକ ବ୍ଲଗରେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅରୁଣାଚଳ ପ୍ରଦେଶର ଉଲ୍ଲେଖ କରିଥିବାରୁ ତାଙ୍କୁ ସେଠାରେ ଅଟକ ରଖାଯାଇଥିବା ସେ ଭିଡିଓରେ କହିଛନ୍ତି। ଏଥିସହିତ ସେ ସେହି ମହିଳା ଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହାକୁ ସାଂଘାଇ ବିମାନବନ୍ଦରରେ ଅଟକ ରଖାଯାଇଥିଲା ଓ ସେହି ମହିଳା ଜଣକ ମଧ୍ୟ ଅରୁଣାଚଳ ପ୍ରଦେଶର ବାସିନ୍ଦା  ଥିଲେ। ସେ ତାଙ୍କ ଏକ ଭିଡିଓରେ ସେହି ମହିଳାଙ୍କୁ ସମର୍ଥନ କରି ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅଂଶ ଭାବରେ ବର୍ଣ୍ଣନା କରିବାରୁ ତାଙ୍କୁ ଚୀନରେ ଅଟକ ରଖାଯାଇଥିବା ନେଇ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାସରେ ଏହା ଦ୍ୱିତୀୟ ଥର ପାଇଁ ଘଟିଛି। ଏହା ପୂର୍ବରୁ, ଅରୁଣାଚଳ ପ୍ରଦେଶର ଅନ୍ୟ ଜଣେ ଭାରତୀୟ ନାଗରିକଙ୍କୁ ମଧ୍ୟ ସାଂଘାଇ ବିମାନବନ୍ଦରରେ ଅଟକ ରଖାଯାଇଥିଲା।

Leave A Reply

Your email address will not be published.