Latest Odisha News

BREAKING NEWS

Bangladesh violence: ବାଂଲାଦେଶ ହିଂସାରେ ପୁଣି ଗଲା ଆଉ ଏକ ଜୀବନ, ଜାଳିଦେଲେ ହିନ୍ଦୁଙ୍କ ଘର

ବାଂଲାଦେଶ:ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ହିଂସା ଏତେ ମାତ୍ରାରେ ବ୍ୟାପୁଛି ଯେ ଚାଲିଯାଉଛି ଜୀବନ । ଭୁଲିଯାଉଛନ୍ତି ମାନବିକତା କରୁଛନ୍ତି ନିର୍ମମ ଭାବରେ ହତ୍ୟା । ହିଂସା ଅଧ୍ୟୁଷିତ ବାଂଲାଦେଶରେ  ଏକ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଢାକାର ମୋଘାବଜାର ଅଞ୍ଚଳରେ କେତେକ ହିଂସାକାରୀ ଫ୍ଲାଏ ଓଭର ଉପରୁ ବୋମାମାଡ କରିଥିଲେ। ଏଥିରେ ସୈଫୁଲ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ହାତିରଝିଲ୍ ଥାନା ଅଧିକାରୀ ମହମ୍ମଦ ମୋଇଉଦ୍ଦିନଙ୍କ କହିବା ଅନୁଯାୟୀ ସୈଫୁଲ୍ ଏକ ରାସ୍ତାକଡ ଦୋକାନରେ ଠିଆ ହୋଇ ଚା’ ପିଉଥିବାବେଳେ ରାସ୍ତ ଉପର ଫ୍ଲାଏ ଓଭର ଉପରୁ କେହି ବୋମା ଫିଙ୍ଗିଥିଲା। ଏଥିରେ ସୈଫୁଲ (୨୧)ର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ହିଂସାରେ ତିନିଜଣଙ୍କ ମୃତ୍ୟୁ ହେଲାଣି  ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ତା’ ନିକଟରେ ବାଂଲାଦେଶ ମୁକ୍ତିଯୋଦ୍ଧା ସଂଗଠନ ସେଣ୍ଟ୍ରାଲ କମାଣ୍ଡ କାର୍ଯ୍ୟାଳୟ ଅବସ୍ଥିତ। ୧୯୭୧ ମୁକ୍ତି ସଂଗ୍ରାମର ସହିଦଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟାଳୟ ରହିଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) କାର୍ଯ୍ୟକାରୀ ସଭାପତି ତାରିକ ରହମାନଙ୍କ ଗସ୍ତକୁ ଲକ୍ଷ୍ୟ କରି ଏପରି ବୋମାମାଡ଼ କରାଯାଇଛି ା ତାରିକ ଢାକା ଗସ୍ତ କରିବାକୁ ଥିବାବେଳେ ତାଙ୍କ ଆଗମନ ପୂର୍ବରୁ ବିସ୍ଫୋରଣ ଘଟିଛି।

ସେହିପରି ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ ଅନେକ ହିନ୍ଦୁଙ୍କ ଘର ପୋଡ଼ି ଦିଆଯାଇଛି।ପୀଡିତ ପରିବାରକୁ ୨୫ କିଲୋ ଚାଉଳ, ୫,୦୦୦ଟଙ୍କା ନଗଦ ଏବଂ କମ୍ବଳ ଦିଆଯାଇଛି। ଏହା ମଙ୍ଗଳବାର ଘଟିଥିଲା, ଯେଉଁଥିରେ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ ପରିବାରର ପାଳିତ ପଶୁମାନଙ୍କ ଜୀବନ ହାନି ଘଟିଛି। ରିପୋର୍ଟ ଅନୁଯାୟୀ, ପୀଡିତମାନଙ୍କୁ ଜୟନ୍ତୀ ସଂଘ ଏବଂ ବାବୁ ଶୁକୁଶିଲ ଭାବରେ ଚିହ୍ନଟ କରାଯାଇଛି। ଘଟଣା ସମୟରେ ପରିବାର ସେମାନଙ୍କ ଘର ଭିତରେ ଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ବ୍ୟାଖ୍ୟା କରିଛନ୍ତି ଯେ ସମସ୍ତ ଦ୍ୱାର ବନ୍ଦ ଥିବାରୁ ପରିବାରକୁ ନିଆଁରୁ ରକ୍ଷା ପାଇବା ପାଇଁ ବାଡ଼ କାଟି ପଳାଇବାକୁ ପଡିଥିଲା।

Leave A Reply

Your email address will not be published.