Latest Odisha News

BREAKING NEWS

Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ:୨୦୨୬ ନୋବେଲ ଶାନ୍ତି ପୁରସ୍କାର ବିଜେତା ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନ ବିଶେଷଜ୍ଞ ନାଭାନେଥେମ ନାଭି ପିଲ୍ଲାଇ(Navanethem Navi Pillay)। ମାନବାଧିକାର ସୁରକ୍ଷା ଏବଂ ନ୍ୟାୟ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଲିଭା ଛାପ ଛାଡିଥିବା ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନଜ୍ଞ ନାଭାନେଥେମ ନାଭି ପିଲ୍ଲାଇଙ୍କୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ପିଲ୍ଲାଇଙ୍କ ନାମ ଘୋଷଣା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ଟ୍ରମ୍ପ ଅନେକ ଯୁଦ୍ଧ ବନ୍ଦ କରିଥିବାର ଦ୍ବାହି ଦେଇ ଗତ ଦୁଇ ବର୍ଷ ହେଲା ନିଜ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଆସୁଛନ୍ତି।

ନାଭାନେଥେମ ନାଭି ପିଲ୍ଲାଇ ଜଣେ ପ୍ରତିଷ୍ଠିତ ଦକ୍ଷିଣ ଆଫ୍ରିକୀୟ ଆଇନଜୀବୀ ଓ ବିଚାରପତି। ତାଙ୍କ ପରିବାରର ମୂଳ ଭାରତୀୟ ତାମିଲ ସମ୍ପ୍ରଦାୟ ସହ ଜଡ଼ିତ। ମାନବାଧିକାର ସୁରକ୍ଷା ଓ ଅନ୍ତର୍ଜାତୀୟ ନ୍ୟାୟ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରିବା ସହ ଅନ୍ତର୍ଜାତୀୟ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ନୋବେଲ କମିଟି ତାଙ୍କର ଦୀର୍ଘକାଳୀନ ଅବଦାନକୁ ସ୍ବୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରିଛି।

ନୋବେଲ କମିଟି ଅନୁଯାୟୀ, ନାଭି ପିଲ୍ଲାଇଙ୍କ କାର୍ଯ୍ୟଜୀବନର ଏକ ମୁଖ୍ୟ ଦିଗ ହେଉଛି ଆଇନ ମାଧ୍ୟମରେ ନ୍ୟାୟ ଓ ମାନବାଧିକାରର ସୁରକ୍ଷା। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସମୟରେ ଆଇନଗତ ସହାୟତା ଦେବାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଅଦାଲତରେ ବିଚାରପତି ଭାବେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ତାଙ୍କର ଅବଦାନ ବ୍ୟାପକ ରହିଛି।

Leave A Reply

Your email address will not be published.