ନୂଆଦିଲ୍ଲୀ:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗୁଡ଼ୁଛି । ଋଣ ଭାରରେ ଛନ୍ଦି ହୋଇ ହୋଇଗଲାଣି ପାକିସ୍ତାନ । ସେଥିପାଇଁ ଏୟାରଲାଇନ୍ସ(ପିଆଇଏ) ବିକ୍ରି କରିଛି । ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ) ବିକ୍ରି ହୋଇଛି। ଆରିଫ୍ ହବିବ ଗ୍ରୁପ୍ ଏହାକୁ ୧୩୫ ଅରବ ପାକିସ୍ତାନୀ ମୁଦ୍ରା(୪୩୦୦ କୋଟି ଭାରତୀୟ ମୁଦ୍ରା)ରେ କ୍ରୟ କରିଛି। ଲଗାତାର କ୍ଷତି ସହିବା ପରେ ପାକିସ୍ତାନ ଏହାକୁ ବିକିବାକୁ ବାଧ୍ୟ ହୋଇଛି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇକରଣ କାର୍ଯ୍ୟକ୍ରମରେ ଆରିଫ୍ ହବିବ ଗ୍ରୁପ୍, ଲକି ସିମେଣ୍ଟ ଓ ଏୟାରବ୍ଲୁ ନିଜ ନିଜ ବିଡ୍ ଜମା କରିଥିଲେ। ନିର୍ଦ୍ଧାରିତ ନିୟମ ଅନୁସାରେ ଅଧିକ ଦାମ୍ ଡାକିଥିବା ୨ କମ୍ପାନୀ ଆରିଫ୍ ହବିବ ଓ ଲକି ସିମେଣ୍ଟକୁ ମୁକ୍ତ ନିଲାମରେ ସାମ୍ନାସାମ୍ନି ହେବାପାଇଁ ସୁଯୋଗ ଦିଆଯାଇଥିଲା। ଶେଷରେ ଆରିଫ୍ ହବିବ ସମୂହ ୧୩୫ ଅରବ ଡାକିଥିଲା। ଶହବାଜ ଶରିଫ୍ ସରକାର ପ୍ରାରମ୍ଭରେ ପିଆଇଏରେ ୭୫ ପ୍ରତିଶତ ଭାଗିଦାରୀ ବିକିବା ପାଇଁ ବିକଳ୍ପ ଦେଇଥିଲେ। ସଫଳ ନିଲାମଧାରୀଙ୍କୁ ବଳକା ୨୫ ପ୍ରତିଶତ ଭାଗିଦାରୀ ୯୦ ଦିନ ଭିତରେ କ୍ରୟ କରିବାର ବିକଳ୍ପ ମିଳିବ। ନିୟମ ଅନୁସାରେ ପ୍ରଥମ ବିକ୍ରିରୁ ମିଳିବାକୁ ଥିବା ରାଶିର ୯୨.୫ ପ୍ରତିଶତ ଏୟାରଲାଇନରେ ପୁନଃ ନିବେଶ ପାଇଁ ରହିବ ଏବଂ ୭.୫ ପ୍ରତିଶତ ରାଶି ସରକାରଙ୍କୁ ମିଳିବ। ଏହି ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟା ସ୍ଥାନୀୟ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏହି ଚୁକ୍ତିକୁ ପାକିସ୍ତାନ ଇତିହାସର ସବୁଠାରୁ ବଡ କ୍ରୟବିକ୍ରୟ ଦର୍ଶାଇ ଏହି ପ୍ରକ୍ରିୟାକୁ ସ୍ବଚ୍ଛ ରଖିବାକୁ ଚେଷ୍ଟା କରିଛନ୍ତି। ଏହାର ସ୍ଥିତି କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.