Latest Odisha News

ହାତୀ ପାଇଁ ଶିଖରଚଣ୍ଡୀ ପୀଠ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରର ଶିଖରଚଣ୍ଡୀ ମନ୍ଦିର ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବାର ଦେଖାଯିବା ପରେ ଶନିବାର ଦିନ ଜନସାଧାରଣଙ୍କ ସୁରକ୍ଷା ପାଇଁ ମନ୍ଦିର ଦ୍ୱାର ବନ୍ଦ କରିଦିଆଯାଇଛି। ଏଥିସହିତ ଆଖପାଖ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ କଟକଣା ଲଗାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ଏହି ଲୋକପ୍ରିୟ ପିକନିକ୍ ସ୍ଥାନରେ ବନ ବିଭାଗ ଦ୍ୱାରା ଲାଗୁ ହୋଇଥିବା ଏହି କଟକଣା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବଳବତ୍ତର ରହିବ।

ମନ୍ଦିର ପ୍ରବେଶ ଦ୍ୱାରକୁ ତାଲା ପକାଇବା ପରେ ବନ ବିଭାଗ ଇନଫୋସିଟି ଥାନାକୁ ଜଣାଇବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛି।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଗତ ପାଞ୍ଚ ଦିନ ଧରି ପାହାଡ଼ ଉପରେ ଦୁଇଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି।

ହାତୀମାନେ ଅଞ୍ଚଳରୁ ନ ହଟିବା ପର୍ଯ୍ୟନ୍ତ ଶିଖରଚଣ୍ଡୀ ମନ୍ଦିର ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.