Latest Odisha News

BREAKING NEWS

ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା

ଭୁବନେଶ୍ୱର: ଓଡିଶା ଫୁଟବଲ ଟିମ ସନ୍ତୋଷ ଟ୍ରଫି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି । ପ୍ରିଲିମିନାରୀ ଲିଗରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ୩ଟି ଯାକ ମ୍ୟାଚରେ ବିଜୟ ହାସଲ କରିଥିଲା । ମଧ୍ୟପ୍ରଦେଶକୁ ୪-୦, ତେଲେଙ୍ଗାନାକୁ ୧-୦ରେ ଓ ଛତିଶଗଡକୁ ୩-୧ରେ ଓଡିଶା ପରାଜିତ କରିଛି । ଗ୍ରୁପ ଏଫରେ ୯ ପଂଏଟ ସହ ଓଡିଶା ଶୀର୍ଷରେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି । ନାରାୟଣପୁରରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ପକ୍ଷରୁ ଜିତୁ ମୁଦୁଲି, କାର୍ତିକ ହନ୍ତାଳ ଓ ଚନ୍ଦ୍ରମୋହନ ମୂର୍ମୁ ଗୋଲ ସ୍କୋର କରିଥିଲେ । ଛତିଶଗଡ ପକ୍ଷରୁ ଏକମାତ୍ର ଗୋଲଟି ଅଭିଷେକ କୁଞ୍ଜମ ସ୍କୋର କରିଥିଲେ ।

୩୫ଟି ଟିମକୁ ୯ଟି ଗ୍ରୁପରେ ଭାଗ କରାଯାଇଥିଲା । ଏବେ ଫାଇନାଲ ରାଉଣ୍ଡରେ ୧୨ଟି ଟିମକୁ ୨ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରୁ ୪ଟି ଟିମ ନକଆଉଟକୁ ଉନ୍ନୀତ ହେବେ ।
ଫାଇନାଲ ରାଉଣ୍ଡ ଟିମ: ବେଙ୍ଗଲ, କେରଳ, ଆସାମ (ସିଧାସଳଖ ଯୋଗ୍ୟତା ହାସଲ), ପଞ୍ଜାବ, ଉତରାଖଣ୍ଡ, ରେଲୱେ, ନାଗାଲାଣ୍ଡ, ମେଘାଳୟ, ଓଡିଶା, ତାମିଲନାଡୁ, ସର୍ଭିସେସ ଓ ରାଜସ୍ଥାନ ।

Leave A Reply

Your email address will not be published.