Latest Odisha News

BREAKING NEWS

After 30 years: ୩୦ ବର୍ଷ ପରେ ଗାଁରେ ଜନ୍ମନେଇଛି ଏକ ଶିଶୁକନ୍ୟା, ଗାଁରେ ଖୁସିର ଲହରୀ

ନୂଆଦିଲ୍ଲୀ: ଘରେ ଶିଶୁ ଟିଏ ଜନ୍ମ ହେଲେ ଧୂମଧାମରେ ତା’କୁ ସ୍ବାଗତ କରାଯାଏ । ଚାରିଆଡ଼େ ଖୁସିର ମାହୋଲ ହୋଇଯାଏ । ଏହା ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ବରେ ଏପରି ଏକ ଗାଁ ଅଛି ଯେଉଁ ଗାଁରେ ଦିର୍ଘ ୩୦ ବର୍ଷ ପରେ ଏକ ଶିଶୁକନ୍ୟା ଜନ୍ମ ନେଇଛି ଆଉ ପୁରା ଗାଁ କୁନି ଝିଅଟିକୁ ଖୁସି ଖୁସିରେ ସ୍ବାଗତ କରିଛନ୍ତି । ଏହାର କାରଣ ଯେ ଯେ ଗତ ତିନି ଦଶନ୍ଧି ଧରି ଏହି ଗାଁରେ କୌଣସି ଶିଶୁ ଜନ୍ମ ହୋଇନଥିଲା ଏବଂ କେହି ଶିଶୁର କାନ୍ଦ ଶୁଣି ନଥିଲେ।  ପ୍ରାୟ ୩୦ ବର୍ଷ ଅପେକ୍ଷା କରିବା ପରେ, ୨୦୨୫ ମସିହା ମାର୍ଚ୍ଚ ମାସରେ ଇଟାଲୀର ପାଗଲିଆରା ଡେଇ ମାର୍ସି ନାମକ ଏକ ଛୋଟ ଗାଁରେ ଏକ ଶିଶୁକନ୍ୟାଙ୍କ କାନ୍ଦର ଶବ୍ଦ ଶୁଣାଗଲା, ଆଉ ତାହା ଆନନ୍ଦର କାରଣ ହୋଇଗଲା।

ଏହି ନବଜାତ ଶିଶୁକନ୍ୟା ସମଗ୍ର ଗାଁର ଆଖିର ତାରା ପାଲଟିଛି। ତାର ନାମ ଲାରା ବୁସି ଟ୍ରାବୁକୋ ରଖାଯାଇଛି । ଝିଅଟି ଜନ୍ମହେବା ପରେ ଏହି  ଗାଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି, କାରଣ ପ୍ରାୟ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେଠାରେ କୌଣସି ଶିଶୁ ଜନ୍ମ ହୋଇଥିଲା। ବହୁତ ଦିନ ଧରି, ଗାଁଟି ନୀରବତା ଏବଂ ଶୂନ୍ୟତାର ପ୍ରତୀକ ପାଲଟିଥିଲା। କାରଣ ଯୁବ ପରିବାରମାନେ କାମ ଏବଂ ଏକ ଭଲ ଜୀବନ ଖୋଜିବା ପାଇଁ ସହରକୁ ଚାଲି ଆସିଥିଲେ।  ସେଠାରେ ସମସ୍ତ ସ୍କୁଲ  ବନ୍ଦ ହୋଇଯାଇଥିଲା, ଏବଂ ଗାଁର ଜନସଂଖ୍ୟା ପ୍ରତିବର୍ଷ ହ୍ରାସ ପାଉଥିଲା। ଅଧିକାଂଶ ଘର ବର୍ଷସାରା ବନ୍ଦ ରହୁଥିଲା, କେବଳ ବୃଦ୍ଧମାନଙ୍କୁ ଛାଡି ଦେଲେ ଆଉ କେହି ଯୁବ ବର୍ଗର ଲୋକ ସେଠାରେ ରୁହନ୍ତି ନାହିଁ । 
କୁନି ‘ଲାରା’ର ଜନ୍ମ ତାଙ୍କ ପିତାମାତା ଚିଞ୍ଜିଆ ଟ୍ରାବୁକୋ ଏବଂ ପାଓଲୋ ବୁସିଙ୍କ ପାଇଁ କେବଳ ଏକ ଆନନ୍ଦର ମୁହୂର୍ତ୍ତ ନଥିଲା, ବରଂ ଏହା ସମଗ୍ର ଗାଁ ପାଇଁ ଏକ ଉତ୍ସବ ଥିଲା।  ଯେଉଁମାନେ ବର୍ଷ ବର୍ଷ ପୂର୍ବରୁ ଗାଁ ଛାଡି ଆସିଥିଲେ ସେମାନେ ଫେରି ଆସିଛନ୍ତି। ଲାରାଙ୍କ କାହାଣୀ ଶୁଣିବା ପରେ ବାହାର ଲୋକମାନେ ମଧ୍ୟ ସେହି ଗାଁକୁ ଆସିବା ଆରମ୍ଭ କରିଦେଇଛନ୍ତି । ଲାରାଙ୍କ ମାଆ ଗଣମାଧ୍ୟମକୁ କହିଥିଲେ, “ଯେଉଁମାନେ ଏହି ଗାଁର ନାମ ମଧ୍ୟ ଜାଣି ନଥିଲେ ସେମାନେ ଏବେ ଏଠାକୁ ଆସୁଛନ୍ତି। ମାତ୍ର ନଅ ମାସ ବୟସରେ, ଲାରା ପ୍ରସିଦ୍ଧ ହୋଇଯାଇଛି।” ଏହି ଗାଁରେ ଆଜି କେବଳ କିଛି ଡଜନ ବାସିନ୍ଦା ଅଛନ୍ତି। ଇଟାଲୀର ଅନେକ ପାର୍ବତ୍ୟ ଗ୍ରାମ ପରି, ଏହା ଜନସଂଖ୍ୟା ହ୍ରାସ ସହିତ ସଂଘର୍ଷ କରୁଛି। ନିଯୁକ୍ତି ସୁଯୋଗ କିମ୍ବା ଭଲ ପରିବହନ ସୁବିଧା ନଥିବାରୁ  ଯୁବକମାନେ ସେଠାରେ ରହିବାକୁ ଅସମର୍ଥ। 
Leave A Reply

Your email address will not be published.