Latest Odisha News

BREAKING NEWS

Operation Sindoor: ଭାରତର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ…ବଡ଼ ଖୁଲାସା କଲେ ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନକୁ ଉଚିତ୍ ଜବାବ ଦେଇ ଅପରେସନ ସିନ୍ଦୂରରେ ପିଓକେ ଓ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ସଙ୍ଗଠନକୁ ଧ୍ୱଂସବିଧ୍ୱଂସ କରି ଦେଇ ଥିଲା ଭାରତୀୟ ସେନା ଏବଂ ପାକିସ୍ତାନୀ ଏୟାରବେସ୍ ଉପରେ ମଧ୍ୟ କରିଥିଲା ଖୁବ୍ ବଡ଼ ହମଲା। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣର ବଡ଼ ଖୁଲାସା କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ । ଅପରେସନ ସିନ୍ଦୂରକୁ ନେଇ ଦେଇଛନ୍ତି ଏକ ବଡ଼ ତଥ୍ୟ । ଏହି ଆକ୍ରମଣ ସମୟରେ ପାକିସ୍ତାନର ସେନାଙ୍କ ଅବସ୍ଥା କିପରି ହୋଇଯାଇଥିଲା କରିଛନ୍ତି ଖୁଲାସା ।  ଅପରେସନ  ସିନ୍ଦୂର ସମୟରେ ମିଛରେ ନିଜର ଶକ୍ତିର ଗର୍ବ କରୁଥିବା ପାକିସ୍ତାନର ସେନାର ଅବସ୍ଥା ସମ୍ପର୍କରେ ଏକ ନୂତନ ଏବଂ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଏହି ପ୍ରକାଶ ଅନ୍ୟ କେହି ନୁହେଁ ବରଂ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ନିଜେ କରିଥିଲେ। ଏହି ଆକ୍ରମଣରେ ପାକିସ୍ତାନ ଏତେ ଡ଼ରି ଯାଇଥିଲା ଯେ, ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ବଙ୍କରରେ ଲୁଚିବାକୁ ପରାମର୍ଶ ଦେଇଥିଲା

ପାକିସ୍ତାନୀ ରାଷ୍ଟ୍ରପତି ଜର୍ଦ୍ଦାରୀ ଭାରତର ଅପରେସନ ସିନ୍ଦୁର ସମୟରେ ପାକିସ୍ତାନୀ ସେନା କିପରି  ଭୟ କରି ବଙ୍କରରେ ଲୁଚି ରହିଥିଲେ ତାହା ବର୍ଣ୍ଣନା କରିଛନ୍ତି। ଏକ ସାର୍ବଜନୀନ କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ଜର୍ଦ୍ଦାରୀ ସ୍ୱୀକାର କରିଛନ୍ତି ଯେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ପାକିସ୍ତାନୀ ସେନା ବଙ୍କରରେ ଲୁଚି ରହିଥିଲେ ଏବଂ ତାଙ୍କୁ ନିଜେ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ଏକ ବଙ୍କରରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଆୟୋଜିତ ଏକ ଇଭେଣ୍ଟରେ ପାକିସ୍ତାନୀ ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ ଏହିକଥାର ଖୁଲାସା କରିଥିଲେ।

ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀକହିଥିଲେ – ମେ ମାସରେ ହୋଇଥିବା ଭାରତର ହମଲା ପରେ , ତାଙ୍କର ମିଲିଟାରୀ ସେକ୍ରେଟାରୀ ତାଙ୍କୁ ସୁରକ୍ଷା ପାଇଁ ତୁରନ୍ତ ବଙ୍କରକୁ ଯିବାକୁ କହିଥିଲେ। ହେଲେ ଜର୍ଦ୍ଦାରୀ ଏମିତି କରିବାକୁ ତାଙ୍କ ସେନାକୁ ମନା କରିଦେଇ ଥିଲେ। । ଶନିବାର ଆୟୋଜିତ ଏକ ଇଭେଣ୍ଟରେ ପାକିସ୍ତାନୀ ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ ଏହିକଥାର ଖୁଲାସା କରିଥିଲେ। ପାକିସ୍ତାନୀ ରାଷ୍ଟ୍ରପତି ଜର୍ଦ୍ଦାରୀ କହିଥିଲେ – ମୋ ମିଲିଟାରୀ ସେକ୍ରେଟାରୀ ସେଠାରେ ଥିଲେ। ସେ ମୋ ପାଖକୁ ଆସିଲେ ଏବଂ କହିଲେ , ସାର୍ , ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ସାର୍, ଚାଲନ୍ତୁ ବଙ୍କରକୁ ପଳାଇ ଯିବା। ମୁଁ କହିଥିଲି , ଯଦି ଆତଙ୍କ ଆସୁଛି ତ ଆସିବାକୁ ଦିଅ। ଡ଼ରିବା ନାହିଁ। ଲିଡରର ମୃତ୍ୟୁ ବଙ୍କରରେ ହୁଏ ନାହିଁ। ସେ ଯୁଦ୍ଧ ମୈଦାନରେ ହିଁ ମରିଥାଏ। ସେ ବଙ୍କରରେ ବସି ବସି ମରି ଯାଏ ନାହିଁ।

ସେ କହିଥିଲେ – ମେ ମାସରେ ହୋଇଥିବା ଭାରତର ହମଲା ପରେ , ତାଙ୍କର ମିଲିଟାରୀ ସେକ୍ରେଟାରୀ ତାଙ୍କୁ ସୁରକ୍ଷା ପାଇଁ ତୁରନ୍ତ ବଙ୍କରକୁ ଯିବାକୁ କହିଥିଲେ। ହେଲେ ଜର୍ଦ୍ଦାରୀ ଏମିତି କରିବାକୁ ତାଙ୍କ ସେନାକୁ ମନା କରିଦେଇ ଥିଲେ। ।କିନ୍ତୁ ଅନେକ ପାକିସ୍ତାନୀ ସେନା ବଙ୍କରରେ ରହି ନିଜ ଜୀବନ ବଞ୍ଚାଇଛନ୍ତି ।

Leave A Reply

Your email address will not be published.