Latest Odisha News

BREAKING NEWS

ଯାଜପୁରର ଏହି ଚାଷୀ ମୋବାଇଲରୁ ପାଇଲେ ପରାମର୍ଶ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ଯାଜପୁର: ଏହା ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ? ଆଜିକାଲି ବର୍ଷର୍ା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯରେ ଅନେକ ବାଧା ସୃଷ୍ଟି କରିବା ଦେଖାଯାଉଛି । ମାତ୍ର ପାଣିପାଗର ପୂର୍ବାନୁମାନ କରି ଚାଷୀମାନେ ଚାଷରେ ନିଶ୍ଚିତ କ୍ଷତି ହେବାର ସମସ୍ୟାରୁ ମୁକୁଳି ପାରିଛନ୍ତି । ଏହି ହାଇ-ଟେକ୍ ପଦ୍ଧତିରେ ଚାଷ କରି ଆଜି ଲକ୍ଷ ଲକ୍ଷ ଚାଷୀ ଉପକୃତ ହୋଇପାରିଛନ୍ତି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଚାଷୀ ହେଲେ ନବ କିଶୋର ସାହୁ (୬୬) । ତାଙ୍କର ଚାଷ ହିଁ ରୋଜଗାରର ଏକମାତ୍ର ପନ୍ଥା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଏହି ଚାଷକାର୍ଯ୍ୟକୁ ଆଦରି ନେଇଥିଲେ ।

ନବ କିଶୋର ୪ ଏକର ଧାନବିଲରେ ପ୍ରତିବର୍ଷ ଚାଷ କରିଥାଆନ୍ତି । ସେ ପ୍ରତିବର୍ଷ ଖରିଫ ଋତୁରେ ଧାନ ଚାଷ କରିଥାଆନ୍ତି ମାତ୍ର ଜଳାଭାବ ଯୋଗୁଁ ସେ ରବି ଫସଲ କରିବାକୁ ସକ୍ଷମ ହୋଇ ନଥାନ୍ତି ।

ସେ ସାଧାରଣତଃ ସ୍ୱର୍ଣ୍ଣ, ବାସୁମତି, କଳାଜୀରା, କଳାଚମ୍ପା ଏବଂ ସମ୍ପଦ ଧାନ ଅମଳ କରିଥାଆନ୍ତି । ସେ ତାଙ୍କ ଧାନ ବିଲରେ ଗୋବର ସହିତ ଖତ ମିଶ୍ରିତ କରି ଚାଷ କରନ୍ତି । ସେ ବାୟୋ ସାର ପ୍ରସ୍ତୁତ କରି ଧାନ ବିଲକୁ ଉର୍ବର କରିଥାଆନ୍ତି । ଗୋବର ଓ ଖତ ସହିତ ଗୋମୂତ୍ର ଏବଂ ଶୁଖିଲା ନଡ଼ା ଦ୍ୱାରା ପ୍ରାକୃତିକ ସାର ତିଆରି କରି ଧାନ ବିଲରେ ଧାନ ବିଲରେ ଦେଉଥିଲେ ଚାଷୀ ନବ କିଶୋର ।

ଏପରିକି ଲିମ୍ବ ପତ୍ର ଏବଂ ଛେଲ୍ଲିରୁ ରସ ବାହାର କରି ଚାଷ ଲାଗି ଔଷଧ ପ୍ରସ୍ତୁତ କରି ଚାଷରେ ପ୍ରୟୋଗ କରୁଥିଲେ । ଲିମ୍ବ ଫୁଲ, ପତ୍ର ଓ ଛେଲିରୁ ସେ ସାର ଓ କୀଟନାଶକ ପ୍ରସ୍ତୁତ କରି ଜମିରେ ଦେଉଥିଲେ ।

ଧାନ ଫସଲରେ ବିପିଏଚ/ଡବ୍ଲ୍ୟୁପିଏଚ କବଳରୁ ରକ୍ଷା କରିବା ଲାଗି ସେ କିରୋସିନ ବ୍ୟବହାର କରୁଥିଲେ । ସବୁଠାରୁ ବଡ଼କଥା ହେଲା ସେ ଏକପ୍ରକାର ମାଟିକୁ ମଧ୍ୟ ପ୍ରାକୃତିକ ସାର ଭାବେ ବ୍ୟବହୃତ କରୁଥିଲେ । ସେ ଓୟୁଏଟିରେ ଧାନ ଅମଳ ସମ୍ପର୍କରେ ଏକ ତାଲିମ ମଧ୍ୟ ଗ୍ରହଣ କରିଥିଲେ । ଏପରିକି ସେ ବ୍ଲକସ୍ତରରେ ହେଉଥିବା ଅନେକ କୃଷି ସମ୍ପର୍କୀତ କର୍ମଶାଳାରେ ଅଂଶଗ୍ରହଣ କରି ଆସୁଥିଲେ । ସେ ଏହି ଅର୍ଗାନିକ୍ ଧାନ ଚାଷ ସମ୍ପର୍କରେ ଅନ୍ୟ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତି । ଉନ୍ନତ କୃଷି ଲାଗି ସେ ୨୦୧୬ରେ ‘ଆତ୍ମା ପୁରସ୍କାର’, ୨୦୧୮ରେ ନ୍ୟୁ ଇନୋଭେସନ୍ ଆୱାର୍ଡ଼ ଏବଂ ୨୦୧୯ରେ ଉନ୍ନତ କୃଷି ପ୍ରଣାଳୀ ଲାଗି ନବ କିଶୋର ସମାଜ ଦ୍ୱାରା ପ୍ରଦତ୍ତ ସମ୍ମାନ ଜନକ ‘ଆଦର୍ଶ କୃଷକ’ ପୁରସ୍କାର ହାସଲ କରିପାରିଥିଲେ ।

କୃଷି କାର୍ଯ୍ୟରେ ତାଙ୍କର ଏହି ବିରାଟ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ‘ରିଲାଏନ୍ସ ଫାଉଣ୍ଡେସନ’ ସଂସ୍ଥାକୁ ଦେଇଛନ୍ତି ସଫଳ ଚାଷୀ ନବ କିଶୋର । “ମୁଁ ୨୦୧୫ ରୁ ‘ରିଲାଏନ୍ସ ଫାଉଣ୍ଡେସନ’ ସଂସ୍ଥା ବିଷୟରେ ଜାଣିଲିଣି ଏବଂ ସେବେଠାରୁ ଏହା ସହିତ ସମ୍ପର୍କ ରଖିଛି । ପାଣିପାଗ ପୂର୍ବାନୁମାନ ଜାଣିବା ଲାଗି ମୁଁ ସଦା ସର୍ବଦା ‘ରିଲାଏନ୍ସ ଫାଉଣ୍ଡେସନ’ ର ଟୋଲ୍ ଫ୍ରି ନମ୍ବର ୧୮୦୦-୪୧୯-୮୮-୦୦ ବ୍ୟବହାର କରିଥାଏ । ଏହି ଟୋଲ୍ ଫ୍ରି ନମ୍ବରରୁ ମୁଁ କେବଳ ପାଣିପାଗ ସମ୍ପର୍କରେ ନୁହେଁ ଚାଷରେ ଲାଗୁଥିବା ସମସ୍ତ ପ୍ରକାର ପ୍ରୟୋଗ କରିଥିବା ଅର୍ଗାନିକ ଚାଷ ପଦ୍ଧତି ସମ୍ପର୍କରେ ଜ୍ଞାନ କୌଶଳ ହାସଲ କରିପାରିଛି ।” ଏହା କହିଛନ୍ତି ଯାଜପୁରର ସଫଳ ଚାଷୀ ନବ କିଶୋର ।

ଏହି ଫୋନ ମାଧ୍ୟମରେ ସେ ‘ରିଲାଏନ୍ସ ଫାଉଣ୍ଡେସନ’ ସଂସ୍ଥାର ଅନେକ କୃଷିବିତ୍ ଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ସହିତ କୃଷି ବୈଜ୍ଞାନିକମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥାଆନ୍ତି ବୋଲି କହିଛନ୍ତି ନବ କିଶୋର ।

ଶ୍ରୀ ସାହୁ ମଧ୍ୟ ଗଛ ଲଗାଇଥାଆନ୍ତି । ସେ ବିହନ ଉତ୍ପାଦନ କରିବା ସହିତ ଚାରା ଲଗାଇ କୃଷି ଉଦ୍ୟାନ ମଧ୍ୟ ସୃଷ୍ଟି କରିପାରିଛନ୍ତି । ସେ ଏପର୍ଯ୍ୟନ୍ତ ପ୍ରାୟ ୮୦,୦୦୦ ବିହନ ଏବଂ ୨୫୦ରୁ ଅଧିକ ଚାରା କୃଷି ବିଭାଗକୁ ଦେବା ସହିତ ବିଭିନ୍ନ ଚାଷୀମାନଙ୍କୁ ବଣ୍ଟନ କରିଛନ୍ତି ।

Comments are closed.