Latest Odisha News

ଏହିଭଳି ନିଅନ୍ତୁ ଉଲେନ କପଡ଼ାର ଯତ୍ନ…

ଭୁବନେଶ୍ୱର: ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତଦିନେ ଆମେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର କରିଥାଉ ।

ଅନ୍ୟ ଶୀତବସ୍ତ୍ର ତୁଳନାରେ ନା କେବଳ ଏହା ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ମଧ୍ୟ ଦେଇଥାଏ। ତେବେ ସଠିକ ଭାବେ ଏହିସବୁ ଏହି ଉଲେନ୍‌ କପଡ଼ାର ଯତ୍ନ ନନେଲେ ଏହା ଖରାପ ହୋଇଯିବା ସହ ବ୍ୟବହାର ଉପଯୋଗୀ ମଧ୍ୟ ରହି ନଥାଏ ।

ଆସନ୍ତୁ ଜାଣିବା କିପରି ନେବା ଏହାର ଯତ୍ନ..

ଉଲେନ କପଡା କିଣିବା ସମୟରେ ଏଥିରେ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲଭାବେ ପଢ଼ନ୍ତୁ। ଡ୍ରାଏ କ୍ଲିନ ଲେଖାଥିଲେ ଡ୍ରାଏ କ୍ଲିନ ହିଁ କରନ୍ତୁ ।

ଘରେ ଧୋଇବାକୁ ଲେଖାଥିବା କପଡା ଗୁଡିକୁ ଧୋଇବା ଲାଗି ପାଉଡର ପରିବର୍ତ୍ତେ ଲିକ୍ୱିଡ୍‌ ଡିଟରଜେଣ୍ଟ ବ୍ୟବହାର କରନ୍ତୁ।

ଯେଉଁ ଉଲେନ୍‌ କପଡ଼ାକୁ ଘରେ ଧୋଉଛନ୍ତି ତାକୁ ଆଦୌ ନ ଚିପୁଡ଼ି ସେହିପରି ଝାଡ଼ି ମାରି ଶୁଖାଇ ଦିଅନ୍ତୁ ସେଥିରୁ ଧୀରେ ଧୀରେ ପାଣି ବାହାରିଯିବ।

ଶିତଦିନରେ ପିନ୍ଧି ସାରିବା ପରେ ଏହାକୁ ଆମେ ରଖି ଦିଅନ୍ତି ଏକାବେଳକେ ବର୍ଷେ ପରେ ଆଉ ଥରେ ବାହାର କରନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଉଲେନ କପଡା ଗୁଡିକ ନଷ୍ଟ ହୋଇ ଯିବାର ସମ୍ଭାବନା ରହିଛି ।

ତେଣୁ ମଝିରେ ମଝିରେ ସବୁ ଶୀତବସ୍ତ୍ର, ଶାଲ୍‌, ବ୍ଲାଙ୍କେଟ୍‌ ଆଦିକୁ ବାହାର କରି ଖରାରେ ଶୁଖାନ୍ତୁ। ଏପରି କରିବା ଦ୍ୱାରା ସେଥିରେ ପୋକ ଲାଗି ନ ଥାଏ।

ମନେରଖନ୍ତୁ ଉଲେନ୍‌ କପଡ଼ାରେ ପର୍‌ଫ୍ୟୁମ୍‌ ପକାଇବା ଦ୍ୱାରା ସେଥିରେ ପୋକ ଲାଗିବାର ଆଶଙ୍କା ବେଶି ରହିଥାଏ ।

Leave A Reply

Your email address will not be published.