କଟକ: କଟକ ବୟାଳିଶ ମୌଜା ଅଞ୍ଚଳରେ ମାଞ୍ଜା ସୂତା ଲାଗି ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଇକରେ ଯିବା ବେଳେ ୨ ଜଣଙ୍କ ବେକରେ ସୂତା ଲାଗିଯାଇଥିଲା।
ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ଗୁଡ଼ାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମହିଳା ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।