Latest Odisha News

BREAKING NEWS

ଓଡିଶାର ପଙ୍କଜ ଲୋଚନ ହେଲେ ଭାରତୀୟ ଭାରତୀୟ ବେସବଲ ଫେଡେରେଶନର ସଭାପତି

ଭୁବନେଶ୍ୱର: ଓଡିଶାର ପଙ୍କଜ ଲୋଚନ ମହାନ୍ତିଙ୍କୁ ଆମେଚର ବେସବଲ ଫଡେରେଶନର ଅଫ ଇଣ୍ଡିଆର ସଭାପତି ଭାବେ ଚୟନ କରାଯାଇଛି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସେ ଦ୍ୱିତୀୟ ଥର ପାଇଁ ଏହି ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ୨୦୧୬ ଓ ୧୯ ପର୍ଯ୍ୟନ୍ତ ପଙ୍କଜ ସଫଳତା ସହ ତାଙ୍କ ଦାୟିତ୍ୱ ତୁଲାଇଥିଲେ । ତାଙ୍କୁ ଓଡିଶା ବେସବଲ ଫେଡେରେଶନର ସମ୍ପାଦକ ଶିବାନନ୍ଦ ପ୍ରଧାନ ଓ ସଭାପତି ପ୍ରବୋଧ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି । ଭୁବନେଶ୍ୱରର ଏକ ବଡ ହୋଟେଲରେ ଡସେମ୍ବର ୩୦ ଦିନ ଏବିଏଫଆଇର ଏହି କର୍ମକର୍ତା ନିର୍ବାଚନ ପ୍ରକ୍ରିୟା ଆୟୋଜିତ ହୋଇଥିଲା ।

ତେଲେଙ୍ଗାନାର ଏସ.ଶ୍ୱେତାଙ୍କୁ ହରାଇ ତାମିଲନାଡୁର ଏସ.ଭେଙ୍କେଟେଶ କୋଷାଧ୍ୟକ୍ଷ ହୋଇଛନ୍ତି । ୪ଜଣ ଉପ ସଭାପତି, ୪ ଜଂଏଟ ସେକ୍ରେଟାରୀ ଓ ୪ଜଣ ଏକଜିକ୍ୟୁଟିଭ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଥିଲେ । ସମସ୍ତ କାର୍ଯ୍ୟକର୍ତା ଆଗାମୀ ୪ ବର୍ଷ ଏହି ଦାୟିତ୍ୱ ତୁଲାଇବେ । ୨୩ ରାଜ୍ୟର ୪୬ ସଦସ୍ୟ ଏହି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ପୂର୍ବତନ ବିଚାରପତି ଦେବବ୍ରତ ଦାଶ ରିଟଣ୍ଣିଂ ଅଫିସର ଭାବେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.