ଭୁବନେଶ୍ବର:ସରକାରୀ ଅଫିସ୍ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା ।ଗୃହ ବିଭାଗ ଜାରି କଲା କଡା ନିର୍ଦ୍ଦେଶାନାମା । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ରିଲ୍ସ କରିବା ଉପରେ କଟକଣା ଲାଗୁ ହୋଇଛି । ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି । ଲୋକ ସେବା ଭବନରେ ଏଣିକି ଅଧିକାରୀ, ଠିକା କର୍ମଚାରୀ, ପରିଦର୍ଶକ କରି ପାରିବେନି ରିଲ୍ସ ଭିଡ଼ିଓ। ଫଟୋ ଓ ଭିଡ଼ିଓ ବି ସୋସିଆଲ ମିଡିଆରେ ସେୟାର କରିପାରିବେନି।
ନିୟମ ଉଲ୍ଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶାନାମା ଜାରି କରାଯାଇଛି।
ଲୋକସେବା ଭବନରେ ମାଳ ମାଳ ରିଲ୍ସକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ କହିଥିଲେ “ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସର କୌଣସି ଆବଶ୍ୟକ ନାହିଁ । ଏହା ଠିକ କଥା ନୁହେଁ । ଯଦି ଏଭଳି କିଛି ହେଉଛି, ତେବେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓ ପୋଲିସ କର୍ମଚାରୀ ଏଥିପ୍ରତି ନଜର ଦେବେ । ଆଗାମୀ ଦିନରେ ଏଭଳି କଥା ଲୋକସେବା ଭବନରେ ଯେମିତି ନହୁଏ, ଦୃଷ୍ଟି ଦିଆଯିବ ।