Latest Odisha News

BREAKING NEWS

ରାଜ୍ୟର ୧୮ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଜଳବାୟୁରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ହେବାଯୋଗୁଁ ଆଗାମୀ ୪୮ ଘଣ୍ଟା ତଥା ଜାନୁଆରୀ ୨୨ ତାରିଖ ବେଳକୁ ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, ସୁନ୍ଦରଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ଘନ କୁହୁଡି ଜାରି ରହିବ । ସେହିପରି ଆଗାମୀ ୨୪ ଘଣ୍ଟା ତଥା ଜାନୁଆର ୨୩ ତାରିଖ ବେଳକୁ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, ନୟାଗଡ, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡା, ଅନୁଗୁଳ ଓ ଗଜପତି ଜିଲ୍ଲାରେ ମଧ୍ୟ ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ କେନ୍ଦ୍ରର ସକାଳ ବୁଲେଟିନରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଓଡିଶାର କିଛି କିଛି ସ୍ଥାନରେ ରାତିର ତାପମାତ୍ରା ୧ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି।

ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ମାଲକାନଗିରିରେ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୧୫.୮ ଓ ୧୭.୮ଂ ସେଲସିୟସ୍ ରହିଥିଲା ।

ସେହିପରି ସୁନ୍ଦରଗଡ (୧୨), କୋରାପୁଟ (୧୩), ଅନୁଗୁଳ (୧୩), ସୋନପୁର (୧୩.୮), ଦାରିଙ୍ଗବାଡି (୧୪), ଟିଟଲାଗଡା(୧୪), ତାଳଚେର (୧୪.୩), ଫୁଲବାଣୀ (୧୪.୫) ଓ ଝାରସୁଗୁଡା (୧୪.୪) ରହିଛି ।

Leave A Reply

Your email address will not be published.