Latest Odisha News

BREAKING NEWS

ପୁରୀରେ ଭିକ୍ଷାବୃତ୍ତି କରୁଥିଲେ ଡିଗ୍ରୀ ଧାରୀ ଭିକ୍ଷୁକ; ଏବେ ଫେରିଲେ ଘରକୁ..

ପୁରୀ: ପୁରୀରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିôବା ଗିରିଜା ଶଙ୍କର ମିଶ୍ରଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର ହେବାପରେ ଗତ ରବିବାର ଦିନ ତାଙ୍କ ପରିବାର ସଦସ୍ୟ ଆସି ତାଙ୍କୁ ଘରକୁ ଫେରାଇ ନେଇଛନ୍ତି ।

ସେ ଜଣେ ବିଟେକ୍ ଡିଗ୍ରୀଧାରୀ ହୋଇଥିଲେ ମଧ୍ୟ ଅନେକ ଦିନ ହେବ ସେ ଭିକ ମାଗୁଥିଲେ । ତେବେ ଏହି ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗିରିଜା ଶଙ୍କର ଓ ଜଣେ ରିକ୍ସା ଚାଳକଙ୍କ ମଧ୍ୟରେ କୌଣସି କାରଣବଶତଃ ପାଟିତୁଣ୍ଡ ହୋଇଥିଲା । ପରେ ଏହି କଳହ ମୁଣ୍ଡ ଫଟାଫଟି ଯାଏଁ ଯାଇଥିଲା । ଏନେଇ ଗତ ଶୁକ୍ରବାର ଦିନ ସେ ଜଣେ ରିକ୍ସା ଚାଳକ ନାଁରେ ପୁରୀ ଟାଉନ ଥାନାରେ ଇଂରାଜୀରେ ଅଭିଯୋଗ କରିଥିଲେ।ଗିରିଜାଙ୍କ ଘର ଭୁବନେଶ୍ୱର ନୀଳାଦ୍ରି ବିହାରରେ ଆଉ ତାଙ୍କ ବାପା ଜଣେ ଡିଏସପି ବୋଲି ସେ ନିଜ ‘ଏଫଆଇଆର’ରେ ଲେଖିଥିଲେ।

ଅଧିକ ପଢନ୍ତୁ: ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଥିବା ଏହି ଭିକାରୀ ଜଣକ ବିଟେକ୍ ଗ୍ରାଜୁଏଟ !

ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ସେ କାହିଁକି ଏପରି ଭିକ୍ଷାବୃତ୍ତି କରୁଛନ୍ତି, ସେନେଇ ଏକ ପ୍ରଶ୍ନର ଉତ୍ତର ଦେଇ ଗିରିଜା କହିଛନ୍ତି ଯେ ସେ ଶିକ୍ଷା ସମାପ୍ତ କରିବା ପରେ ଏକ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟରତ ଥିଲେ । ସେ ନିଜ ସିଦ୍ଧାନ୍ତ ସହ କୌଣସି ବୁଝାମଣା କରିବାକୁ ଚାହୁଁନଥିବା ବେଳେ ପରେ କିଛି କାରଣକୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଥିଲା । ଫଳରେ ସେ ଚାକିରି ଛାଡି ଦେଇଥିଲେ ।

ଗିରିଜା ଆହୁରି ମଧ୍ୟ କହିଛନ୍ତି ଯେ ସେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି ଏବଂ ତାଙ୍କ ଘର ରାଜଧାନୀର ଜୟଦେବ ବିହାର ଅଞ୍ଚଳରେ ।

Leave A Reply

Your email address will not be published.