Latest Odisha News

BREAKING NEWS

ଜାଣନ୍ତୁ, ବଜେଟ ସମ୍ବନ୍ଧରେ କିଛି ମଜାଦାର କଥା…

ଭୁବନେଶ୍ବର: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ।

ଆସନ୍ତୁ ଜାଣିବା ବଜେଟକୁ ନେଇ ପୂର୍ବରୁ ଘଟିଥିବା କିଛି ମଜାଦାର ଘଟଣା ସମ୍ପର୍କରେ...

ଲମ୍ବା ବଜେଟ ଭାଷଣ :

୨୦୦୩ରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂ ତାଙ୍କ ବଜେଟ ଭାଷଣ ପ୍ରାୟ ୨ ଘଂଟାରୁ ଅଧିକ ସମୟ ଦେଇଥିଲେ । ଏହା ଏ ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ବଜେଟ ଭାଷଣ ଭାବେ ଗଣନା କରାଯାଉଛି । ତେବେ ଶବ୍ଦ ଅନୁସାରେ ବିଚାରକୁ ନେଲେ ଡଃ ମନମୋହନ ସିଂ ୧୮,୬୫୦ ବାକ୍ୟ ତାଙ୍କ ଭାଷଣରେ କହିଥିଲେ । ୨୦୧୪ରେ ଅରୁଣ ଜେଟଲୀ ୨ ଘଂଟା ୧୦ ମିନିଟ ସମୟ ନେଇ ଭାଷଣ ସମ୍ପୂର୍ଣ୍ଣ କରିଥିଲେ ।

ରେଳ ବଜେଟ ଏବଂ ସାଧାରଣ ବଜେଟର ମିଶ୍ରଣ :

୨୦୧୬ ପୂର୍ବରୁ ରେଳ ବଜେଟ ଏବଂ ସାଧାରଣ ବଜେଟ ଅଲଗା ଅଲଗା ଭାବେ ପରିବେଶିତ ହେଉଥିଲା । ୨୦୧୬ରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଟି ଯାକ ବଜେଟ ଏକତ୍ର କରାଇଥିଲେ । ୯୨ ବର୍ଷର ପରମ୍ପରା ଏଥିସହ ଭାଙ୍ଗିଥିଲା । ୧୯୨୪ରୁ ବ୍ରିଟିଶ ଶାସନ କାଳରୁ ବଜେଟ ଉପସ୍ଥାପିତ ହେଇ ଆସୁଛି । ଅରୁଣ ଜେଟଲୀ ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଏହି ମିଶ୍ରିତ ବଜେଟକୁ ଉପସ୍ଥାପିତ କରିଥିଲେ ।

ଜନ୍ମ ଦିନରେ ବଜେଟ ଉପସ୍ଥାପନା :

ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ସର୍ବାଧିକ ୧୦ଟି ବଜେଟ ଉପସ୍ଥାପନ କରିଛନ୍ତି । ତାଙ୍କ ଜନ୍ମ ଦିନ ଫେବୃୟାରୀ ୨୯ରେ ସେ ୧୯୬୪ ଓ ୧୯୬୮ରେ ୨ଟି ବଜେଟ ଉପସ୍ଥାପନ କରିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଜେଟ :

୧୯୯୧ରେ ଡଃ ମନମୋହନ ସିଂଙ୍କ ବଜେଟକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି । ଏଥିରେ ଇମ୍ପୋର୍ଟ ଡ୍ୟୁଟିକୁ ୩୦୦ରୁ ୫୦ ପ୍ରତିଶତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ମନମୋହନ ସିଂ ଦେଶର ଆର୍ଥୀକ ମାନ୍ଦାବସ୍ଥାକୁ ସଫଳତାର ସହ ମୁକାବିଲା କରିଥିଲେ ।

ଇନ୍ଦିରା ଗାନ୍ଧୀ ପ୍ରଥମ ମହିଳା ଭାବେ ବଜେଟ ଉପସ୍ଥାପିତ କରିଥିଲେ :

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୦-୭୧ରେ ପ୍ରଥମ ମହିଳା ଭାବେ ବଜେଟ ଉପସ୍ଥାପନ କରିଥିଲେ । ଅର୍ଥମନ୍ତ୍ରୀରୁ ମୋରାଜୀ ଦେଶାଇ ଇସ୍ତଫା ଦେବା ପରେ ଇନ୍ଦିରା ଏହି ଦାୟିତ୍ୱ ନେଇଥିଲେ ।

ବ୍ଲାକ ବଜଟେ :

୧୯୭୩-୭୪ରେ ଉପସ୍ଥାପିତ ହୋଇଥିବା ବଜେଟକୁ ବ୍ଲାକ ବଜଟେ ଭାବେ ନାମିତ କରାଯାଇଛି । କୋଇଲା ଖଣିକୁ ଜାତୀୟକରଣ କରିବା ନେଇ ଅର୍ଥମନ୍ତ୍ରୀ ଯଶୱନରାଓ ବି ଚୌହ୍ୱାନଙ୍କ ନିଷ୍ପତିକୁ କଳା ବଜେଟ ବୋଲି କୁହାଯାଇଛି । ବଜେଟରେ ନିଷ୍ପତି ନେବା ପରେ ଏହା ଆର୍ଥୀକ ସ୍ଥିତି ସୁଧାରିବ ବୋଲି ଆଶା କରାଯାଉଥିଲା ମାତ୍ର ଏହାର ବୀପରୀତ ହୋଇଥିଲା । ଦେଶର ବଜେଟ ୫୫୦ କୋଟି ପଛୁଆ ରହିଥିଲା ।

Leave A Reply

Your email address will not be published.