ଭୁବନେଶ୍ୱର: ସାକାର ହେଲା ସ୍ୱପ୍ନ, ଆକାଶରେ ଉଡିଲେ ଦିବ୍ୟାଙ୍ଗ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ୪୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉଡାଣ ଭରିଛନ୍ତି । ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନେ ଉଡାଣ ଭରିଛନ୍ତି ।
ଏହି ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ଦିବ୍ୟାଙ୍ଗ, ଆଦିବାସୀ ଓ ବସ୍ତିରେ ରହୁଥିବା ଛାତ୍ରଛାତ୍ରୀ । ଆଲିଆନ୍ସ ଏୟାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍ଜିଓ ଏହି ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବା ସ୍ୱପ୍ନକୁ ସାକାର କରିଛି ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯.୨୫ମିନିଟ୍ରେ ଉଡାଣ ଭରିଛନ୍ତି ଏମାନେ । ନୀଳ ଅକାଶରେ ପ୍ରାୟ ୪୦ ମିନିଟ ଧରି ଏମାନେ ବିମାନରେ ଉଡିଥିଲେ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ୍ କରି ଏୟାର ଇଣ୍ଡିଆ ସିଏମ୍ଡି ଓ ଆଲିଆନ୍ସ ଏୟାର ସିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।