ରାଞ୍ଚି: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ମହୁଆଟାଣ୍ଡ ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ରିମ୍ସ ପଠାଯାଇଛି ।
ସମସ୍ତ ମୃତକ ଏବଂ ଆହତ ପରସ୍ପରର ସମ୍ପର୍କୀୟ। ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ବିପିନ୍ କୁମାର ଦୁବେ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାଥାଉକି, ଛତିଶଗଡ଼ର ବଳରାମପୁରର ଲୋକମାନେ ଏକ ସ୍କୁଲ ବସ୍ ରିଜର୍ଭ କରି ନିର୍ବନ୍ଧ କରିବା ପାଇଁ ଲାତେହାରର ମହୁଆଟାଣ୍ଡର ଥାନା ଅଞ୍ଚଳର ଲୋଧ ଗାଁକୁ ଆସୁଥିଲେ। ଏହି ସମୟରେ ବସ୍ ଟି ହଠାତ୍ ଓରସା ଘାଟିରେ ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ଓଲଟି ପଡ଼ିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଫସି ଯାଇଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲୋକମାନେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ସହିତ ନିଜେ ମଧ୍ୟ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।
ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରେ ଚାରି ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି ।