Latest Odisha News

BREAKING NEWS

ବିମାନ କମ୍ପାନୀଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ:୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ ଓ ଆବୁଧାବି ସମତେ ୧୩ଟି ସ୍ଥାନକୁ ଉଡିବ ବିମାନ । ଏନେଇ ରାଜ୍ୟ ସରକାରଙ୍କ ସହ ବିମାନ କମ୍ପାନୀଙ୍କ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଆନ୍ତର୍ଜାତୀୟ ବିମାନର ଇନ୍ଧନ ଭାଟରେ କୌଣସି ପ୍ରକାର ରିହାତି ମିଳିବ ନାହିଁ । କିନ୍ତୁ ନୂଆ ରୁଟ୍‌ରେ ଘରୋଇ କମ୍ପାନୀ ବିମାନ ଚଳାଚଳ କରିବେ । ସେମାନଙ୍କୁ ଇନ୍ଧନ ବାବଦରେ ଏକ ପ୍ରତିଶତ ରିହାତି ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି । । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି ପାଇଁ ଆଜି ଭୁବନେଶ୍ୱର ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସିଙ୍ଗାପୁର, ବ୍ୟାଙ୍କକ ଆବୁଧାବି ଓ ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରାସ୍ତାବ ଦିଆଯାଇଥିବା ବେଳେ ଜୟପୁର, ରାଉରକେଲା ଓ ଉତ୍‌କେଲା ୩ ବିମାନ ବନ୍ଦରକୁ ବିମାନ ଚଳାଚଳ ନେଇ ଆଲୋଚନା ହୋଇଛି । ଜୟପୁର, ଆହ୍ଲାବାଦ ଓ ପୁଣେକୁ ବିମାନ ଚଳାଚଳ ନେଇ ମଧ୍ୟ ଆଲୋଚନା ହୋଇଛି ।

୧୪ଟି ବିମାନ ଚଳାଚଳ ନେଇ ରୂପରେଖ ପ୍ରସ୍ତୁତ ହେବ । ଆସନ୍ତା ୨୪ରୁ କୋଲକାତା-ଝାରସୁଗୁଡାକୁ ବିମାନ ଉଡିବ । ୩୧ ତାରିଖରୁ ଭୁବନେଶ୍ୱର-ବାରାଣସୀକୁ ବିମାନ ଉଡିବ । ସେହିପରି ଫେବୃଆରୀ ୨୯ରୁ ଇଣ୍ଡିଗୋ ବିମାନ ଉଡିବ ।

ଶୀତ ଋତୁ ପରେ ଝାରସୁଗୁଡାରୁ ମୁମ୍ବାଇକୁ ସ୍ପାଇସ ଜେଟ୍ ବିମାନ ଉଡିବ । ଏଥିସହ ଜୁଲାଇ ୧ରେ ଭୁବନେଶ୍ୱରରୁ ପ୍ରୟାଗରାଜ ଓ ଅନ୍ୟାନ୍ୟସ୍ଥାନକୁ ଉଡାଣ ନେଇ ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଦିଲ୍ଳୀ-ଭୁବନେଶ୍ୱର ଏୟାର ଏସିଆ ବିମାନ ଖରା ସିଜିନ୍‌ରେ ଉଡିବ । ମେ’ ମାସରେ ଭୁବନେଶ୍ୱର-ରାଉରକେଲା ଆଲିଏନ୍ସ ଏୟାର ବିମାନ ଉଡିପାରେ ।

ଓଡ଼ିଶାରୁ ଉତ୍ତର-ପୂର୍ବାଂଚଳ ରାଜ୍ୟ ଓ ଅନ୍ୟ ଯେଉଁଠି ବିମାନ ଉଡାଣ ହୋଇନି, ସେହି ସ୍ଥାନକୁ ବିମାନ ଚଳାଚଳ କରିବା ନେଇ ଅଧିକ ଗୁରୁତ୍ୱ ଦିଆଯିବ । ଏହି ସବୁ ଅଚଂଳରେ ଘରୋଇ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରାୟ ୨୫ଟି ଏୟାରଲାଇନ୍ସର ମୁଖ୍ୟ ନିର୍ବାହୀ ଅଧିକାରୀ ସାମିଲ ହୋଇଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ, ଯୁଗ୍ମ ସଚିବ ଉଷା ପାଢ଼ୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଚିବ ପ୍ରମୋଦ ମେହେର୍ଦ୍ଦା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.