Latest Odisha News

BREAKING NEWS

ଜାନୁଆରୀ ୩୧ରୁ ଭୁବନେଶ୍ୱର ଦେଇ ଝାରସୁଗୁଡା-ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଉଡାଣ ଆରମ୍ଭ ହେବ ।

ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଝାରସୁଗୁଡାରୁ ବାରଣାସୀକୁ ବିମାନ ଉଡାଣ କରିବ । ଏହି ବିମାନ ଉଡାଣ ଲାଗି ବୁକିଂ ଆରମ୍ଭ ହୋଇଛି, ଜାଣନ୍ତୁ…

ଏଆଇ ୯୭୪୭ ଝାରସୁଗୁଡା (ସକାଳ ୧୦ଟା ୪୫ମି.)- ଭୁବନେଶ୍ୱର (ସକାଳ ୧୧ଟା ୫୦ମି.)

ଏଆଇ ୯୭୪୭ ଭୁବନେଶ୍ୱର (ଦ୍ୱିପ୍ରହର ୧୨ଟା ୪୫ମି.)- ବାରଣାସୀ (୧୪ଟା ୦୫ମି.)

ଏଆଇ ୯୭୪୮ ବାରଣାସୀ (୧୪ଟା ୩୦ମି.)- ଭୁବନେଶ୍ୱର (୧୬ଟା ୨୦ମି.)

ଏଆଇ ୯୭୪୮ ଭୁବନେଶ୍ୱର (୧୬ଟା ୪୫ମି.)- ଝାରସୁଗୁଡା (୧୭ଟା ୫୦ମି.)

ଆସନ୍ତା ଜାନୁଆରୀ ୩୧ ତାରିଖରେ ଭୁବନେଶ୍ୱର-ବାରଣାସୀ ବିମାନ ଉଡାଣ ଭଡା ପ୍ରାୟ ୩,୪୭୧ ଟଙ୍କା ରହିଛି ।

ସେହିପରି ଆସନ୍ତା ଜାନୁଆରୀ ୨୭ ତାରିଖରୁ ଝାରସୁଗୁଡା-କୋଲକାତା ମଧ୍ୟରେ ସିଧାସଳଖ ବିମାନ ଉଡାଣ ଆରମ୍ଭ କରିବ ।

ଅପରପକ୍ଷରେ ଆସନ୍ତା ଫେବୃଆରୀ ଶେଷ ବେଳକୁ ଇଣ୍ଡିଗୋ ବିମାନ ପକ୍ଷରୁ ଭୁବନେଶ୍ୱର-ବାରଣାସୀକୁ ଉଡାଣ ଲାଗି ଘୋଷଣା ହୋଇଛି । ଆହୁରି ମଧ୍ୟ ଏଠାରୁ ବାରଣାସୀକୁ ବିମାନ ଉଡାଣ ଲାଗି ଇଣ୍ଡିଗୋ ପକ୍ଷରୁ ଦୁଇଟି ବିମାନ ସଞ୍ଚାଳିତ ହେବ ।

Leave A Reply

Your email address will not be published.