ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପାକିିସ୍ତାନୀ ଚ୍ୟାନେଲ ଜିୟୋ ନ୍ୟୁଜ ଅନୁସାରେ ଯଦି ବାଂଲାଦେଶ ବିଶ୍ୱକପରୁ ହଟିବ ତେବେ ପାକିସ୍ତାନ ମଧ୍ୟ ଓହରିଯିବ ବୋଲି ଧମକ ଦେଇଛି । ଏପରିକି ପିିସିବି ଟୁର୍ଣ୍ଣାମେଂଟ ପ୍ରସ୍ତୁତି ବନ୍ଦ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଅବଶ୍ୟ ପିସିବି ଓ ଆଇସିସି ଏ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରି ନାହାନ୍ତି । ଆଇସିସି ବାଂଲାଦେଶ ବୋର୍ଡକୁ ୨୧ ଜାନୁୟାରୀ ସୁଦ୍ଧା ସ୍ପଷ୍ଟ କରୁ ଯେ, ବିଶ୍ୱକପରେ ଅଂଶଗ୍ରହଣ କରିବ କି ନାହିଁ । ଯଦି ବାଂଲାଦେଶ ନ ଖେଳିବ ତେବେ ସ୍କଟଲାଣ୍ଡକୁ ସୁଯୋଗ ମିଳିବ ।
ପୂର୍ବରୁ ବିସିବି ଗ୍ରୁପ ବଦଳାଇବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଆୟୋଜକ କମିଟି ପକ୍ଷରୁ ଖାରଜ କରି ଦିଆଯାଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକତା ଅସ୍ଥିରତା ଲାଗି ରହିଛି । ଭାରତ ସରକାରଙ୍କ ଚାପ ପଡିବା ଯୋଗୁ ମୁସ୍ତାଫିଜୁର ରହେମାନଙ୍କୁ ଆଇପିଏଲରୁ ବାହାର କରି ଦିଆଯାଇଥିଲା । ବିସିବି ଏହା ପରେ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇବା ସହ ଭାରତରେ ବିଶ୍ୱକପ ଖେଳିବ ନାହିଁ ବୋଲି କହିଥିଲା । ପରେ ଆଇସିସି ସ୍ପଷ୍ଟ କରିଥିଲା ଯେ, ଭାରତରେ ବିଶ୍ୱକପ ଖେଳିବାକୁ ପଡିବ ଅନ୍ୟଥା ଆଉ ଏକ ଟିମକୁ ସୁଯୋଗ ପ୍ରଦାନ କରାଯିବ । ଏବେ ବାଂଲାଦେଶ ବୋର୍ଡ ସହ ପିସିବି ହାତ ମିଳାଇଛି । ତେବେ ଏହା କେତେଦୂର ସଫଳ ହେଉଛି ତାହା ସମୟ କହିବ । ଫେବୃୟାରୀ ୭ରେ ବାଂଲାଦେଶ ବିଶ୍ୱକପରେ ତାର ଅଭିଯାନ ଆରମ୍ଭ କରିବ ।