ଭୁବନେଶ୍ବର: ଏଣିକି ମହିଳା ଡ୍ରାଇଭର ଚଲାଇବେ ‘ଆମ ବସ୍’। ଏନେଇ ପୁନେରେ ସେମାନଙ୍କୁ ତାଲିମ୍ ଦିଆଯିବ । ଜାନୁଆରୀ ୩୧ରେ ୨୦ ମହିଳା ତାଲିମ୍ ପାଇଁ ପୁନେ ଯିବେ । ନଗର ଉନ୍ନୟନ ମନ୍ତ୍ରୀଙ୍କ ‘ଆମ ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ।
ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ବସ୍’ ସେବା ସମୀକ୍ଷା ବୈଠକରେ ଏହି ଯୋଜନା ଉପରେ ନିଷ୍ପତ୍ତି ନିଆଯାଇଛି। ମହିଳା ଚାଳକମାନଙ୍କୁ ପୁନେରେ ଇ-ବସ୍ ଚାଳନା ଏବଂ ଯାନ୍ତ୍ରିକ କୌଶଳ ବାବଦରେ ପ୍ରଶିକ୍ଷଣ ଦିଆଯିବ।