Latest Odisha News

IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ପ୍ରାୟୋଜକ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)।

ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ Google ର AI ପ୍ଲାଟଫର୍ମ, Gemini ସହିତ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି। ଆଗାମୀ ତିନି ବର୍ଷ ପାଇଁ ପ୍ରାୟୋଜକ ଭାବେ ବିସିସିଆଇ ଏବଂ ଗୁଗୁଲ ମଧ୍ୟରେ ୨୭୦ କୋଟି ମୂଲ୍ୟର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଜେମିନି AI ପ୍ଲାଟଫର୍ମ ଆଗାମୀ ସିଜନରୁ ଆଇପିଏଲ ପାଇଁ AI ପ୍ରାୟୋଜକ ହେବ।

ଗୁଗୁଲର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ChatGPT ମହିଳା ପ୍ରିମିୟର ଲିଗ୍ (WPL) ର ପ୍ରାୟୋଜକମାନଙ୍କ ମଧ୍ୟରୁ ଗୋଟିଏ। ବିସିସିଆଇର ଜଣେ ଅଧିକାରୀଙ୍କ ଅନୁଯାୟୀ, ଗୁଗୁଲ ମଧ୍ୟ ଆଇପିଏଲରେ ନିଜର ଉପସ୍ଥିତି ପ୍ରକାଶ କରିଛି।

ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। ଏହି ବର୍ଷ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ। କ୍ରିକେଟ୍ ପ୍ରେମୀମାନେ ଦୁଇ ମାସରୁ ଅଧିକ ସମୟ ଧରି ମ୍ୟାଚ୍ ର ଆନନ୍ଦର ଉଠାଇବେ। ଅପରପକ୍ଷରେ ଗତ ସିଜନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଟାଇଟଲ ଜିତିଥିଲା।

 

Leave A Reply

Your email address will not be published.