ବରଗଡ଼:ବୁଧବାର ୫୦୫୦ବୋତଲ କଫ୍ ସିରପ୍ ଜବତ । ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ଗିରଫ କରିବା ସହ ଅନ୍ୟ ୨ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ନଗଦ ୭୬ହଜାର ୭୦୦ ଟଙ୍କା, ୮ଟି ଗାଡି ଏବଂ ୭ଟି ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ୪୮/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ଅଭିଯୁକ୍ତ ହେଲେ ଭଟଲି ଥାନା ଭଡ଼ିଗାଁ ନିବାସୀ ଆଜାଦ ବନଛୋର(୨୧), ମୂଲବାର ଗ୍ରାମର ନୈମିଶ ବେହେରା(୪୩), କନବାର ଗ୍ରାମର ଉମାକାନ୍ତ ସାହୁ(୪୦), ବରଗଡ଼ ଟାଉନ ଥାନା ନିଲିବନ୍ଧ ପଡ଼ାର ସସ୍ମିତା ବେହେରା(୨୭), ଘୁଲିପାଲିର ଅଚ୍ଯଯତାନନ୍ଦ ଦୋରା(୪୭) ଏବଂ ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଲକନଗର(ଗୋଡ଼ଭଗା)ର ସୁନିଲ କୁମାର ପାଢ଼ୀ(୩୯)।
ଖବର ପାଇ କଟାପାଲି ରୋଡ୍ରେ ଥିବା ଏକ ପରିତ୍ୟକ୍ତ ବାସଗୃହରେ ସଫଳତାର ସହ ଚଢାଉ କରିଥିଲା ଟାଉନ୍ ପୋଲିସ ।