Latest Odisha News

BREAKING NEWS

କାର୍ତ୍ତିକ-ସାରାଙ୍କ ‘ସାୟଦ’: ଆସିଲା ‘ଲବ ଆଜକଲ’ର ରୋମାଣ୍ଟିକ ଗୀତ

ମୁମ୍ବାଇ: ପରଦାକୁ ଆସିଲା କାର୍ତ୍ତିକ-ସାରାଙ୍କ ‘ସାୟଦ’ ଗୀତ । ଏହା ଅପକମିଂ ଫିଲ୍ମ ‘ଲବ ଆଜକଲ’ର ପ୍ରଥମ ରୋମାଂଟିକ ଗୀତ । ଏହି ଗୀତରେ କାର୍ତିକ, ସାରାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁନଥିବା ଦେଖିବାକୁ ମିଳିଛି ।

ଗୀତକୁ ଗାଇଛନ୍ତି ବଲିଉଡର ରୋମାଂଟିକ ସିଙ୍ଗର ଅରିଜିତ ସିଂହ । ଗୀତଟି ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ସୋସିଆଲ ମିଡିଆରେ ଧମାଲ କରିଛି । ଅରିଜିତଙ୍କ ଫ୍ୟାନ୍‌ମାନେ ଗୀତକୁ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ।

ଇମତିଆଜ ଅଲ୍ଲିଙ୍କ ନିଦ୍ଦେର୍ଶନାରେ ତିଆରି ଏହି ଫିଲ୍ମରେ କାର୍ତିକ ଆରୟନ ଡବଲ ରୋଲ୍ ବୀର ଏବଂ ରଘୁ ଭୂମିକାରେ ନଜର ଆସିବେ । ଫିଲ୍ମଟିରେ ୧୯୯୦ ଏବଂ ୨୦୨୦ର ପ୍ରେମ କାହାଣୀକୁ ଦର୍ଶାଯାଇଛି । ଏହି ଫିଲ୍ମର ଫିମେଲ ଲିଡ୍‌ରେ ସାରା ଅଲ୍ଲି ଖାନ୍ ଅଛନ୍ତି । ଏଥିସହ ଅନ୍ୟ ପ୍ରମୁଖ ଭୂମିକାରେ ରଣଦୀପ ହୁଡ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆସନ୍ତା ଫେବୃଆରୀ ୧୪ ଭାଲେଂଟାଇନ ଡେରେ ଫିଲ୍ମଟି ପରଦାକୁ ଆସିବ ।

Leave A Reply

Your email address will not be published.